/odishatv-khabar/media/post_attachments/uploadimage/library/16_9/16_9_0/crocodile_1625478153.jpg)
crocodile
ମାଲେସିଆ: ମାଲେସିଆରେ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୪ ବର୍ଷର ଏକ ବାଳକ କିଛି ସମୟ ପାଇଁ ନିଖୋଜ ଥିଲା। କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ବାଳକଟି ଶାମୂକା ସଂଗ୍ରହ କରିବାକୁ ଯାଇଥିଲା। ଠିକ୍ ସେତିକିବେଳେ କୁମ୍ଭୀରଟି ବାଳକଟିକୁ ନଦୀ ଭିତରକୁ ଟାଣି ନେଇଥିଲା। ଏହି ଘଟଣାର କିଛି ସମୟ ପରେ ବାଳକଟିର ମାଉସୀ ତାଙ୍କୁ ଖୋଜି ଖୋଜି ନଦୀ ତଟରେ ପହଞ୍ଚିଥିଲେ। ସେଠାରେ ସେ ଦେଖିବାକୁ ପାଇଥିଲେ ଯେ ନଦୀର ଉପର ଭାଗରେ ଏକ କୁମ୍ଭୀରଟି ଏପଟ ସେପଟ ହେଉଛି। ସେ ତୁରନ୍ତ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ତା’ପରେ ଯାହା ଘଟିଲା ତାହା ଖୁବ୍ ଯନ୍ତ୍ରଣାଦାୟକ ଥିଲା।
/odishatv-khabar/media/post_attachments/aajtak/images/Photo_gallery/092019/crocodile-3_080320043405.jpg)
ଖବର ଅନୁଯାୟୀ, ୧୪ ବର୍ଷୀୟ ରିକି ଗାନିଆ ମାଲେସିଆର କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ଶାମୂକା ସଂଗ୍ରହ କରିବାକୁ ଯାଇଥିଲା। ତା’ପରେ ୧୪ ଫୁଟ୍ ଲମ୍ୱାର ଏକ କୁମ୍ଭୀର ନଦୀ ଭିତରୁ ଆସି ବାଳକଟିର ଗୋଡ଼କୁ ଭିଡି ନଦୀ ଭିତରକୁ ଟାଣି ଟାଣି ନେଇଯାଇଥିଲା। ଘଟଣାଟି ଗତ ଶୁକ୍ରବାର ଦିନ ଘଟିଥିଲା।
ରିକିକୁ ଖୋଜି ଖୋଜି ତାଙ୍କ ମାଉସୀ ନଦୀ ପାଖରେ ପହଞ୍ଚିଥିଲେ। ସେଠାରେ ଏକ କୁମ୍ଭୀରକୁ ଦେଖିବାକୁ ପାଇଲେ। ତାଙ୍କ ମନରେ ସନ୍ଦେହ ହେଲା। ଏନେଇ ସେ ଗ୍ରାମାବାସୀ ଓ ଉଦ୍ଧାରକାରୀ ଟିମ୍କୁ ସାହାଯ୍ୟ ପାଇଁ ଖବର ଦେଲେ। କିନ୍ତୁ କୁମ୍ଭୀରକୁ ଧରିବା ପାଇଁ ସମସ୍ତ ଚେଷ୍ଟା ବୃଥା ଯାଇଥିଲା। କୁମ୍ଭୀରଟି ସେଠାରୁ ପଳେଇ ଯିବାରେ ସକ୍ଷମ ହୋଇଥିଲା।
/odishatv-khabar/media/post_attachments/aajtak/images/Photo_gallery/092019/crocodile-2_080320043405.jpg)
ପରେ ଗ୍ରାମବାସୀ ଓ ଉଦ୍ଧାରକାରୀ ଟିମ୍ ଏକ ଉପାୟ ଚିନ୍ତାକଲେ କୁମ୍ଭୀରକୁ ଧରିବା ପାଇଁ। କୁମ୍ଭୀରକୁ କୁକୁଡ଼ାକୁର ଲୋଭ ଦେଖାଇଥିଲେ। ଶେଷରେ ଚାରିଦିନ ପରେ କୁକୁଡ଼ା ଲୋଭରେ କୁମ୍ଭୀରଟି ଧରାପଡ଼ିଲା। ଏହାପରେ ଗ୍ରାମବାସୀ ଓ ଉଦ୍ଧାରକାରୀ ଟିମ୍ କୁମ୍ଭୀରକୁ ନଦୀରୁ ବାହାର କରିଥିଲେ।
/odishatv-khabar/media/post_attachments/aajtak/images/Photo_gallery/092019/crocodile_080320043405.jpg)
ସ୍ଥାନୀୟ ଲୋକମାନେ ତୁରନ୍ତ କୁମ୍ଭୀରଟିକୁ କାଟିବାକୁ ଲାଗିଲେ। କିନ୍ତୁ କୁମ୍ଭୀର ପେଟରୁ ରିକିର କିଛି ପୋଷାକ ଓ ଶରୀରର କିଛି ଅଂଶ ମିଳିଲା। ଉଦ୍ଧାରକାରୀ ଟିମ୍ଙ୍କ କହିବା ଅନୁଯାୟୀ, ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ କୁମ୍ଭୀରଟି ଧରାପଡିଥିଲା।
ଉଦ୍ଧାରକାରୀ ଟିମ୍ର କର୍ମଚାରୀମାନେ କୁମ୍ଭୀର ପେଟରୁ ରିକି ଗାନିଆଙ୍କ ମୃତଦେହର କିଛି ଅଂଶକୁ ନେଇ ତାଙ୍କ ପରିବାର ସଦସ୍ୟଙ୍କୁ ଦେଇଥିଲେ। ଏହା ପରେ ରିକିଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)