Advertisment

କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିଲେ, ଥାନାରେ ମାମଲା ପରେ ଆତ୍ମସମର୍ପଣ କଲେ

ମୋହନା: ଥାନାରେ ମାମଲା ହେବା ପରେ ଆତ୍ମସମର୍ପଣ କଲେ କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଯୁବକ। ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଅନ୍ତେବାସୀ ଜଣକ ଅଡ଼ବା ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି। ଗତକାଲି ଯୁବକ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିଲେ, ଥାନାରେ ମାମଲା ପରେ ଆତ୍ମସମର୍ପଣ କଲେ

odisha

ମୋହନା: ଥାନାରେ ମାମଲା ହେବା ପରେ ଆତ୍ମସମର୍ପଣ କଲେ କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଯୁବକ। ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଅନ୍ତେବାସୀ ଜଣକ ଅଡ଼ବା ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି। ଗତକାଲି ଯୁବକ ଜଣକ ନିଜ ପରିବାର ସହ ଫେରିଛନ୍ତି। ସେ କେଉଁଠି ଯାଇଥିଲେ ? କାହା ସହ ସାକ୍ଷାତ କରିଛନ୍ତି ସେ ସବୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। କ୍ୱାରେଣ୍ଟିନ୍ ସେଣ୍ଟରରେ ସେ ପୁଣି ୧୪ ଦିନ ରହିବେ ବୋଲି ମୋହନା ଅତିରିକ୍ତ ତହସିଲଦାର କହିଛନ୍ତି।

Advertisment

ସମ୍ପୃକ୍ତ ଯୁବକ ଜଣକ ଗତ ୯ ତାରିଖରେ ଆନ୍ଧ୍ରରୁ ଫେରିଥିବାରୁ ତାଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ତେବେ କ୍ୱାରେଣ୍ଟିନ୍ ଅବଧି ସରିବା ପୂର୍ବରୁ ସେ କେଉଁ ଆଡ଼େ ଚାଲି ଯାଇଥିଲେ। ଏନେଇ ଥାନାରେ ଏତଲା ହୋଇଥିଲା। ତେବେ ଗତକାଲି ଯୁବକ ଜଣକ ଅଡ଼ବା ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ।

ସରକାରଙ୍କ ନିୟମ ଅନୁସାରେ ଯେଉଁମାନେ ବାହାର ରାଜ୍ୟରୁ ଫେରୁଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଂଟରରେ ରଖାଯାଉଛି। କାରଣ ରାଜ୍ୟରେ କ୍ରମାଗତ ଭାବରେ କରୋନା ଗ୍ରାଫ୍‌ ଉପରମୁହାଁ  ରହୁଛି। କହିବାକୁ ଗଲେ ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତିରେ ରହିଛି । ୫ ଜଣଙ୍କୁ ପରୀକ୍ଷା କଲେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦ୍‌ବେଗଜନକ ରହିଛି। ଏସବୁ ଦୃଷ୍ଟିରୁ ଆଗକୁ ପ୍ରତିଦିନ ୬୦ ହଜାର ଟେଷ୍ଟିଂ ପାଇଁ ଲକ୍ଷ୍ୟ ରଖିବା ସହ ଏବେଠୁ ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୭୩ରେ ପହଞ୍ଚିଛି।

Corona Breaking News
Advertisment
Advertisment