Advertisment

ମୃତ୍ୟୁ ପୂର୍ବରୁ କହୁଥିଲେ, ଜୀବନରେ କାହାକୁ ହୃଦୟ ଦେଇ ଭଲ ପାଇବ ନାହିଁ

କଟକ: ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ବାହାହୋଇ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଯାହା ଭାଗ୍ୟରେ ନଥିଲା ତାହା ହୋଇଥାନ୍ତା କେମିତି? ଯାହାକୁ ଏତେ ଭଲ ପାଉଥିଲେ, ଶେଷରେ ସିଏ ହିଁ ଧୋକା ଦେଲା। ୩ ବର୍ଷର ପ୍ରେମ ସମ୍ପର୍କକୁ ତୁଟାଇ ଦେଇ ଆଉ ଜଣଙ୍କ ପ୍ରେମରେ ପଡ଼ିଲା ପ୍ରେମିକା। ଯାହାକୁ ସହି ନପାରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ। କିନ୍ତୁ ଯିବା ପୂର୍ବରୁ ନିଜ ପ୍ରେମ ଓ […]

ମୃତ୍ୟୁ ପୂର୍ବରୁ କହୁଥିଲେ, ଜୀବନରେ କାହାକୁ ହୃଦୟ ଦେଇ ଭଲ ପାଇବ ନାହିଁ

d

Advertisment

କଟକ: ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ବାହାହୋଇ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଯାହା ଭାଗ୍ୟରେ ନଥିଲା ତାହା ହୋଇଥାନ୍ତା କେମିତି? ଯାହାକୁ ଏତେ ଭଲ ପାଉଥିଲେ, ଶେଷରେ ସିଏ ହିଁ ଧୋକା ଦେଲା। ୩ ବର୍ଷର ପ୍ରେମ ସମ୍ପର୍କକୁ ତୁଟାଇ ଦେଇ ଆଉ ଜଣଙ୍କ ପ୍ରେମରେ ପଡ଼ିଲା ପ୍ରେମିକା। ଯାହାକୁ ସହି ନପାରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ।

Advertisment

କିନ୍ତୁ ଯିବା ପୂର୍ବରୁ ନିଜ ପ୍ରେମ ଓ ପ୍ରତାରଣାର କାହାଣୀକୁ ମୋବାଇଲରେ କଏଦ୍‌ କରିଥିଲେ। ଜୀବନ ଦୀପ ଲିଭିବା ପୂର୍ବରୁ ପ୍ରେମିକ କହୁଥିଲେ, ଜୀବନରେ କେବେ କାହାକୁ ହୃଦୟ ଦେଇ ଭଲପାଇବ ନାହିଁ।

publive-image

ଆତ୍ମହତ୍ୟା କରିଥିବା ସେହି ପ୍ରେମିକ ଜଣକ ହେଲେ କଟକ ଜିଲ୍ଲା ନିଆଳି ଅଞ୍ଚଳର ମନୋଜ ସ୍ୱାଇଁ। ସେ କଟକ ରାଉସାପାଟଣାରେ ଘରଭଡ଼ା ନେଇ ରହି ଏକ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରୁଥିଲେ। ଏହି ସମୟରେ ତାଙ୍କର ଯାଜପୁର ଅଞ୍ଚଳର ଜଣେ ଯୁବତୀଙ୍କ ସହ ଦେଖା ହେଲା। ବାସ୍ ତା ପରେ କଥାବାର୍ତ୍ତା ଓ ମନ ସହିତ ମନର ମିଳନ ହୃଦୟ ସହିତ ହୃଦୟର ମିଳନ ହୋଇଥିଲା। ଦୁହେଁ ଦୁହିଁଙ୍କୁ ଭଲପାଇବାକୁ ଲାଗିଥିଲେ।

Advertisment

ଉଭୟଙ୍କ ପ୍ରେମ ସମ୍ପର୍କ ଦୀର୍ଘ ୩ ବର୍ଷ ଧରି ଚାଲିଥିଲା। ଦୁହେଁ ବିବାହ କରି ଘର ସଂସାର କରିବା ପାଇଁ ଯୋଜନା ରଖିଥିଲେ। ତେବେ  କଣ ହେଲା କେଜାଣି, ଦୁଇଜଣଙ୍କ ମଧ୍ୟରେ ଦୂରତା ବଢିଥିଲା। ଯୁବତୀ ଜଣଙ୍କ ମନୋଜଙ୍କ ପାଖରୁ ଧୀରେ ଧୀରେ  ଦୂରେଇ ଯାଉଥିବା ମନୋଜ ଅନୁଭବ କରିଥିଲେ। ସେ ଯେତେଥର ଫୋନ୍‌ କଲେ ମଧ୍ୟ ଯୁବତୀ ଫୋନ୍‌ ରିସିଭ୍‌ କଲେ ନାହିଁ। ୟା ଭିତରେ ମନୋଜ୍‌ ଭାଙ୍ଗିପଡ଼ିଥିଲେ।

publive-image

ସେପଟେ ଯୁବତୀ ଜଣଙ୍କ ମନୋଜ୍‌ଠାରୁ ଦୂରେଇ ଯାଇ ଆଉ ଜଣଙ୍କୁ ଭଲ ପାଉଥିଲେ। ଅଉ ନିଜ ପ୍ରେମ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଝିଅର କଥାରେ ରାଜି ହୋଇ ପରିବାର ଲୋକେ ବାହାଘର ମଧ୍ୟ ସ୍ଥିର କରିଥିଲେ। କୌଣସି ସୂତ୍ରରୁ ଏ ସମ୍ପର୍କରେ ମନୋଜ ଜାଣିବାକୁ ପାଇଲେ। ଆଉ ତା’ପରେ ନିଜ ପ୍ରେମିକାକୁ ବହୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଚିହ୍ନି ନଥିବା କହିଥିଲେ। ମନୋଜକୁ ଥଟା କରି “ଟଙ୍କା ଯେଉଁଠି ମୁଁ ସେଇଠି” କହିଥିଲେ ବୋଲି ଅଭିଯୋଗ ହୋଇଛି। ଯେଉଁଥିପାଇଁ ମନୋଜ ନିଜର ମାନସିକ ଭାରସାମ୍ୟ ହରାଇଥିଲେ।

Advertisment

ପ୍ରେମିକାଠାରୁ ଧୋକା ପାଇବା ପରେ ମନୋଜ ଗତକାଲି ଟ୍ରେନ୍‌ ଲାଇନ୍‌କୁ ଯାଇଥିଲେ। ଆଉ ଟ୍ରାକ୍‌ ଉପରେ ଛିଡ଼ା ହୋଇ ନିଜ ଦୀର୍ଘ ଦିନ ପ୍ରେମ ସମ୍ପର୍କରେ ଭିଡିଓ ମୋବାଇଲ୍‌ ରେକଡିଂ କରିଥିଲେ। ଜୀବନରେ କେବେ କୌଣସି ଝିଅକୁ ହୃଦୟ ଦେଇ  ଭଲ ନପାଇବାକୁ ସେ ସମସ୍ତଙ୍କୁ ନିବେଦନ କରୁଥିଲେ। ତା’ପରେ ମନୋଜ ରୁମ୍‌କୁ ଫେରି ସୁଇସାଇଡାଲ୍‌ ନୋଟ୍‌ ଲେଖିବା ଅନୁମାନ କରାଯାଉଛି। ସେଥିରେ ମଧ୍ୟ ପ୍ରେମ, ଧୋକାର ଓ ବେଦନାର କାହାଣୀ ଛପି ରହିଛି।

ଆଜି ଭୋର୍‌ ମନୋଜ ତାଳତଣ୍ଡା କେନାଲ ମାତୃଭବନ ନିକଟ ରେଳ ଧାରଣାକୁ ଯାଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଆଲୋଚନାର ହେଉଛି। ଆରପିଏଫ୍‌ ରେଳ ଟ୍ରାକ୍‌ରୁ ମୃତଦେହ ଜବତ କରିଛି। ଏପରିକି ମୃତଦେହ ପାର୍ଶ୍ୱରୁ ଗୋଟିଏ ମୋବାଇଲ ଓ ସୁଇସାଇଡାଲ୍‌ ନୋଟ୍‌ ଜବତ କରିଛି। ଯେଉଁଥିରେ ରହିଛି ମନୋଜଙ୍କ ପ୍ରେମ ସମ୍ପର୍କର ପୂରା କାହାଣୀ। ପ୍ରେମିକା ଧୋକା ସେ ଆତ୍ମହତ୍ୟା କରିଥିବା ତଥ୍ୟ ରହିଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି।

ତେବେ ପ୍ରେମରେ ବିଫଳ ହେଲେ ଆତ୍ମହତ୍ୟା କଣ ଗୋଟିଏ ଉପାୟ? ନା ଆଦୌ ନୁହେଁ। ପ୍ରତି ବିଫଳତାରୁ ଶିକ୍ଷା ନେଇ ଆଗକୁ ଯିବା, ଆଉ ଗୋଟେ ସଫଳତା ପ୍ରତି ଅଗ୍ରସର ହେବା ଓ ନିଜକୁ ପରିମାର୍ଜିତ କରି ଗଢ଼ି ତୋଳିବା ହିଁ ସଠିକ୍‌ ରାସ୍ତା ହେଇପାରେ, କିନ୍ତୁ ଆତ୍ମହତ୍ୟା ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ