koraput4
ଜୟପୁର (ଟି.ଗୌରୀ ଶଙ୍କର) : ମଦ ପାଇଁ ଚୁନା ହୋଇ ଯାଉଛି ସୁନା ସଂସାର । ଭାଙ୍ଗି, ଉଜୁଡ଼ି ଯାଉଛି ସୁନେଲ ସ୍ୱପ୍ନ । ମଦ ପାଇଁ ଆଦିବାସୀ ଇଲାକାରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ଆଦିବାସୀ ଭାଷାରେ ଟେଲି ଫିଲ୍ମ ପ୍ରସ୍ତୁତ କରି ମଦଠୁ ଦୂରରେ ରହିବାକୁ ସଚେତନତାର ବାର୍ତ୍ତା ଦେଉଛନ୍ତି ଆଦିବାସୀ ଯୁବକ।
କୌଣସି ନାମୀଦାମୀ କ୍ୟାମେରା ନୁହେଁ, ନିଜ ନିଜ ମୋବାଇଲରେ ସେହି ଅଞ୍ଚଳର ବିଭିନ୍ନ ସ୍ଥାନରେ ସୁଟିଂ କରୁଛନ୍ତି। ଏହାପରେ ୟୁଟ୍ୟୁବରେ ମିଷ୍ଟର କୋରାପୁଟିଆ ନାମକ ଚ୍ୟାନେଲ କରି ଅପଲୋଡ କରୁଛନ୍ତି । ଏହି ଭିଡିଓକୁ ଲୋକେ ବେଶ ପସନ୍ଦ ବି କରୁଛନ୍ତି ।
ଏହି କାମରେ ନିୟୋଜିତ ହୋଇଛନ୍ତି ୧୦ରୁ ୧୨ ଜଣ ଯୁବକ । କିଏ ଗ୍ରାଜୁଏସନ ଶେଷ କରିଛି ତ କିଏ ଅଧାରୁ ପାଠ ଛାଡ଼ି ମଜୁରି ଲାଗି ଚଳୁଛି । ପୁଣି କିଏ ଅଟୋ ଚଳାଉଛି । କିନ୍ତୁ ସମାଜରୁ ମଦ ହଟାଇବାକୁ ସମସ୍ତେ ନେଇଛନ୍ତି ସଂକଳ୍ପ । ଆଜିକୁ ୩ ବର୍ଷ ହେଲା ଏପରି ୧୦ରୁ ଅଧିକ ଟେଲି ଫିଲ୍ମ କରି ଲୋକଙ୍କୁ ସଚେତନ କରାଇଛନ୍ତି। ଆଦିବାସୀ ଯୁବକଙ୍କ ଏପରି ପ୍ରୟାସକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/koraput4_1626687242.jpg)