/odishatv-khabar/media/post_attachments/uploadimage/library/16_9/16_9_0/cage2_1626686396.jpg)
cage2
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ପାଠ ପଢି ହୋଇଥିଲେ ଇଂଜିନିୟର। ଏବେ କିନ୍ତୁ ଚାକିରି ଛାଡି ତିଆରି କରୁଛନ୍ତି ପଞ୍ଜୁରୀ। ଏହି ବ୍ୟବସାୟରେ ଭଲ ଦୁଇ ପଇସା ରୋଜଗାର କରିବା ସହିତ ଆତ୍ମସନ୍ତୋଷ ଲାଭ କରୁଛନ୍ତି ସୌମ୍ୟରଞ୍ଜନ ମଲ୍ଲିକ । ପଶୁପକ୍ଷୀଙ୍କ ପ୍ରତି ପ୍ରେମ ଆଜି ବଞ୍ଚିବା ପାଇଁ ଯୋଗାଇ ଦେଇଛି ନୂଆ ରାହା ।
ଢେଙ୍କାନାଳ ଗେଙ୍ଗୁଟିଆ ଗାଁର ଇଂଜିନିୟର ସୌମ୍ୟରଞ୍ଜନ ମଲ୍ଲିକ ମେକାନିକାଲ ଇଂଜିନିୟରିଂରେ ବିଟେକ୍ ପାଠ ସାରି ଚାକିରି କରୁଥିଲେ ସୌମ୍ୟ । ହେଲେ ଚାକିରିରେ ସନ୍ତୁଷ୍ଟି ନମିଳିବାରୁ, ପକ୍ଷୀମାନଙ୍କୁ ପିଲା ଦିନରୁ ଭଲ ପାଉଥିବା ସୌମ୍ୟ ପଞ୍ଜୁରୀ ତିଆରି କରି ଭଲ ରୋଜଗାର କରୁଛନ୍ତି। ଯେଉଁଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳିବା ସହିତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରିଛନ୍ତି ସେ । ଏହି ପଞ୍ଜୁରୀର ଚାହିଦା ଅନ୍ଲାଇନ ସପିଙ୍ଗ୍ରେ ବେଶ୍ ଅଧିକ ଥିବାରୁ ପୁରା ଦେଶରେ ତାଙ୍କର ଭଲ ବ୍ୟବସାୟ ହେଉଥିବା କହିଛନ୍ତି ସୌମ୍ୟ ।
ନିଜ ଘରେ ପୋଷା ମନେଇଥିବା ଚଢ଼େଇମାନଙ୍କ ପାଇଁ ପଞ୍ଜୁରୀ ତିଆରି କରୁ କରୁ ସୌମ୍ୟଙ୍କ ମୁଣ୍ଡରେ ଜୁଟିଥିଲା ଏହି ଉପାୟ। ଚାକିରି ଛାଡ଼ିବା ପରେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କାର ଲୋନ୍ ଆଣି ଆରମ୍ଭ କରିଥିଲେ ବ୍ୟବସାୟ। ପ୍ରଥମେ ପୁଅର ଏଭଳି ବ୍ୟବସାୟକୁ ନେଇ ବାପା ମାଆ ରାଜି ହେଉ ନଥିବାବେଳେ ମାର୍କେଟରେ ସୌମ୍ୟଙ୍କ ପଞ୍ଜୁରୀର ଚାହିଦା ଓ ଭଲ ବିଜନେସ୍ ଦେଖି ସେମାନେ ବି ବେଶ୍ ଖୁସି ।
ତେବେ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ନିଜ ବ୍ୟବସାୟକୁ ପହଞ୍ଚାଇବା ଲକ୍ଷ୍ୟରେ ଅଛନ୍ତି ସୌମ୍ୟରଞ୍ଜନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)