/odishatv-khabar/media/post_attachments/uploadimage/library/16_9/16_9_0/love-1_1626685866.jpg)
love
ସୋନପୁର( ରବିନ୍ଦ୍ର ହୋତା) : ଚୋରା ପୀରତିରୁ ହେଲେ ଜୀବନ ସାଥି । ଲୁଚା ପ୍ରେମ ଲୁଚି ପାରିଲାନି । ହୋଇଗଲା ପ୍ରଘଟ । ଆଉ ଶେଷ ପରିଣତି ହେଲା ବାହାଘର । ଏମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କେଂଝିରିଆପାଲି ଗାଁରେ।
ସୂଚନା ମୁତାବକ , ସନ୍ତୋଷିନୀ କ୍ଷେତୀ ନାମକ ଜଣେ ମହିଳାଙ୍କ ସ୍ୱାମୀ ଗତ ୬ମାସ ତଳେ ମୃତ୍ୟୁ ବରଣ କରିଥିଲେ। ପାଖରେ ଥିବା ତାଙ୍କର ଦୁଇ ପୁଅ ( ଜଣେ ୭ବର୍ଷର ଓ ଆଉ ଜଣେ ୫ବର୍ଷର)କୁ ଭରଣପୋଷଣ ନକରିପାରି ସେ ସେବାଶ୍ରମରେ ଛାଡ଼ିଦେଇଥିଲେ ।ଏକାକୀ ଗାଁରେ ରହି ଜୀବନ ବିତାଉଥିଲେ । ହେଲେ ଏହାରି ଭିତରେ ତାଙ୍କର ଜୀବନ ଏକ ଭିନ୍ନ ମୋଡ଼ ନେଇଥିଲା । ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା ଜଣେ ଯୁବକଙ୍କ ସହ । ରବୀନ୍ଦ୍ର ଦୀପ ନାମକ ଏହି ଯୁବକ ଜଣକ ରହୁଥିଲେ ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଜଉଁରା ଭଉଁରା ଗାଁରେ । ସେମାନଙ୍କ ଚୋରା ପୀରତି ଧିରେ ଧିରେ ବଢ଼ିବାକୁ ଲାଗିଲା । ଯୁବକ ଜଣକ ସେହି ମହିଳାଙ୍କୁ ଦେଖାକରିବାକୁ ରାତିରେ ଆସୁଥିଲେ । ଏ ଖବର ପାଇଯାଇଥିଲେ ଗାଁ ଲୋକେ ।
ଗତ ରାତିରେ ରବିନ୍ଦ୍ର ଯେତେବେଳେ ନିଜର ଏହି ପ୍ରେମିକା ପାଖକୁ ଆସିଥିଲେ ଗାଁ ଲୋକେ ତାଙ୍କୁ ଦେଖିନେଲେ । ତାଙ୍କୁ ଅଟକ ରଖି ଗାଁରେ ସଭା ଡାକିଲେ । କିନ୍ତୁ ଲୋକଙ୍କ ନଜର ଆଢ଼ୁଆଳରେ ଲୁଚି ଲୁଚି ପ୍ରେମ କରୁଥିବା ଏହି ପ୍ରେମୀ ଯୁଗଳ ଡ଼ରି ନଯାଇ ପରସ୍ପରକୁ ବାହା ହେବାକୁ ଗ୍ରାମ ସଭାରେ ସମ୍ମତି ଜଣାଇଲେ । ଶେଷରେ ସେୟା ହେଲା ଦୁହେଁ ଦୁହିଁଙ୍କୁ ଗାଁ ଲେକଙ୍କ ଉପସ୍ଥିତିରେ ଗାଁର ଇଷ୍ଟ ଦେବୀଙ୍କ ନିକଟରେ ବରଣମାଳା ପିନ୍ଧାଇଲେ । ସବୁଦିନ ପାଇଁ ହୋଇଗଲେ ପତି-ପତ୍ନୀ । ଆଉ ଏହି ଘଟଣାକୁ ଏବେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)