Advertisment

Accident: ମେଡିକାଲରୁ ସୁସ୍ଥ ହୋଇ ଫେରୁଥିଲେ, ବାଟରେ ଛକି ବସିଥିଲା ଯମ

ଜଣେ ବ୍ୟକ୍ତି ଅସୁସ୍ଥ ଥିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବା ପରେ ବାଟରେ ଫେରୁଥିବା ବେଳେ ଏକ ବାଇକ୍ ଆରୋହୀ ତାଙ୍କୁ ଧକ୍କା ଦେଇଥିଲା।

Accident

Accident Photograph: (OTV)

Advertisment

ମେଡିକାଲରୁ ସୁସ୍ଥ ହୋଇ ଫେରୁଥିଲେ। ହେଲେ ବାଟରେ ଛକି ବସିଥିଲା ମ। ଦୁର୍ଘଟଣାରେ ଗଲା ଜୀବନ। ମେଡ଼ିକାଲରେ ରୋଗୀ ସୁସ୍ଥ ହୋଇ ଫେରିବା ବେଳେ ବାଟରେ ଶବ ପାଲଟିଗଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ। ଲେକାଗୁଡ଼ା ବଙ୍ଗଳା ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ବଡମାତ୍ରୁ ଗାଁର କୁମର ବିଡିକା।
ଦେହ ଅସୁସ୍ଥ ଥିବାରୁ କୁମର ତାଙ୍କ ସ୍ତ୍ରୀଙ୍କ ସହିତ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଦୁଇଦିନ ପରେ ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ବାଇକ୍ ତାଙ୍କୁ ଧକ୍କା ଦେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। 
ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିବାରୁ ଅତ୍ୟଧିକ ରକ୍ତସ୍ରାବ ହେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇ ଥାଇପାରେ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ପଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। କିନ୍ତୁ ଧକ୍କା ଦେଇଥିବା ବାଇକ୍ ଆରୋହି ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।

Advertisment
Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ