Self-Immolation Photograph: (OTV)
ନିଜକୁ ଜାଳି ଦେଇଥିବା ଯୁବକଙ୍କ ମୃତ୍ୟୁ। କଟକ ବାଙ୍କୀ ଓସ୍ତିଆ ଗାଁର ଯୁବକ ଜଣକ ନିଆଁରେ ପୋଡ଼ି ଗୁରୁତର ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ଏସ୍ ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ମୃତ ଯୁବକ ଜଣକ ହେଲେ ଅମୀୟ ସିଂ।ବାପାଙ୍କ ଦେହାନ୍ତ ପରେ ଚାକିରି ପାଇଁ ଆଶାୟୀ ଥିଲେ ଅମୀୟ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ବାପା ଜୋବ୍ରା ଭୂତଳ ବିଭାଗରେ ଚାକିରି କରିଥିଲେ। ଯୁକ୍ତ ତିନି ପଢ଼ିଥିବା ଅମୀୟ ଚାକିରି ଆଶାୟୀ ଥିଲେ।
କିନ୍ତୁ ବାପାଙ୍କ ମୃତ୍ୟୁକୁ ୭ ବର୍ଷ ବିତିଥିଲେ ବି ପରିବାରର କାହାକୁ ଚାକିରି ମିଳିନାହିଁ। ଏହାକୁ ନେଇ ମାନସିକ ଭାରସାମ୍ୟ ହରାଇ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି।
ସେପଟେ ବାପାଙ୍କ ଚାକିରି ପାଇଁ ଜୀବନ ହାରିବା ଉଦ୍ୟମ କଥାକୁ ଖଣ୍ଡନ କରିବା ସହ ଭିନ୍ନ କଥା କହିଥିଲେ ଗୁରୁତର ଅମୀୟ। ଅମୀୟଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା। ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ କି ପୋଲିସର ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/self-immolation-2026-02-09-11-41-47.jpg)