Advertisment

ଚାକିରୀରେ ଯୋଗଦେବା ପୂର୍ବରୁ ଚାଲିଗଲା ଜୀବନ

ଭଦ୍ରକ  : ଚାକିରୀରେ ଯୋଗଦେବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଘଟଣାଟି ଘଟିଛି ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ । ସୂଚନା ମୁତାବକ, ମୃତକ ଜଣକ ହେଲେ ନୂଆ ଶାସନ ଗାଁର ରାଜେନ୍ଦ୍ର ସାହୁ । ସେ ନିଜର ଜଣେ ବନ୍ଧୁ ନିରଞ୍ଜନ ତ୍ରିପାଠୀଙ୍କୁ ସାଙ୍ଗରେ ଧରି ଏକ ଘରୋଇ କମ୍ପାନୀରେ ଚାକିରୀରେ ଯୋଗଦେବା ପାଇଁ ଢେଙ୍କାନାଳ ଅଭିମୁଖେ ବାଇକ୍‌ରେ ଯାଉଥିଲେ। ତେବେ ନଛିପୁର ଛକ ନିକଟରେ ଏକ ହାଇୱା […]

ଚାକିରୀରେ ଯୋଗଦେବା ପୂର୍ବରୁ ଚାଲିଗଲା ଜୀବନ

accident3

Advertisment

ଭଦ୍ରକ  : ଚାକିରୀରେ ଯୋଗଦେବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଘଟଣାଟି ଘଟିଛି ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ।

Advertisment

ସୂଚନା ମୁତାବକ, ମୃତକ ଜଣକ ହେଲେ ନୂଆ ଶାସନ ଗାଁର ରାଜେନ୍ଦ୍ର ସାହୁ । ସେ ନିଜର ଜଣେ ବନ୍ଧୁ ନିରଞ୍ଜନ ତ୍ରିପାଠୀଙ୍କୁ ସାଙ୍ଗରେ ଧରି ଏକ ଘରୋଇ କମ୍ପାନୀରେ ଚାକିରୀରେ ଯୋଗଦେବା ପାଇଁ ଢେଙ୍କାନାଳ ଅଭିମୁଖେ ବାଇକ୍‌ରେ ଯାଉଥିଲେ। ତେବେ ନଛିପୁର ଛକ ନିକଟରେ ଏକ ହାଇୱା ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତ ହୋଇଛନ୍ତି ନିରଞ୍ଜନ ।

ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ପୁଲିସ ମୃତଦେହକୁ ଜବତ କରିବା ସହ ଦୁର୍ଘଟଣା ଘଟାଇ ଫେରାର୍ ଥିବା ଟ୍ରକ ସମ୍ପର୍କରେ ଖୋଳତାଡ଼ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ