Advertisment

ସଟ୍‌ଡାଉନ୍‌ରେ ବିନା ମାସ୍କରେ ବୁଲୁଥିଲେ;କୁଆଡ଼େ ଯାଉଛ ବୋଲି ପୋଲିସ୍‌ ପ୍ରଶ୍ନ କରିବାରୁ,ଏମିତି କଲେ ଯୁବକ...

ପିପିଲି: ସଟ୍‌ଡାଉନ୍‌ ବେଳେ ବିନା ମାସ୍କରେ କାହିଁକି ବାହାରେ ବୁଲୁଛ ବୋଲି ପ୍ରଶ୍ନ କରି ଆକ୍ରମଣ ଶିକାର ହୋଇଛନ୍ତି ପୋଲିସ୍ କର୍ମଚାରୀ। ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ଏଭଳି କିଛି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବଳଙ୍ଗା…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସଟ୍‌ଡାଉନ୍‌ରେ ବିନା ମାସ୍କରେ ବୁଲୁଥିଲେ;କୁଆଡ଼େ ଯାଉଛ ବୋଲି ପୋଲିସ୍‌ ପ୍ରଶ୍ନ କରିବାରୁ,ଏମିତି କଲେ ଯୁବକ...

youth without mask

ପିପିଲି: ସଟ୍‌ଡାଉନ୍‌ ବେଳେ ବିନା ମାସ୍କରେ କାହିଁକି ବାହାରେ ବୁଲୁଛ ବୋଲି ପ୍ରଶ୍ନ କରି ଆକ୍ରମଣ ଶିକାର ହୋଇଛନ୍ତି ପୋଲିସ୍ କର୍ମଚାରୀ। ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ଏଭଳି କିଛି ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବଳଙ୍ଗା ପୋଲିସ୍‌ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥରେ ମାସ୍କ ଚେକିଂ ସହ ସଟ୍‌ଡାଉନ୍‌ ଥିବାରୁ କଡାକଡ଼ି ଚେକିଂ ଚାଲିଥିଲା। ଏହି ସମୟରେ ବଳଙ୍ଗା ବଜାର ଅଜୟ ପ୍ରଧାନ ନାମକ ଜଣେ ଯୁବକ ସାଇକେଲରେ ଏକ କଦଳୀ କାନ୍ଦି ଧରି ବିନା ମାସ୍କରେ ଯାଉଥିଲେ। ପୋଲିସ୍‌ ତାଙ୍କୁ ଅଟକାଇବା ସହ ସଟ୍‌ଡାଉନ୍‌ ବେଳେ ବିନା ମାସ୍କରେ କୁଆଡ଼େ ଯାଉଛ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଅଜୟ ପୋଲିସ୍‌ ସହ ଯୁକ୍ତିତର୍କ କରିବା ସହ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ପୋଲିସ୍‌ ଉପରକୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ପୋଲିସ୍‌ କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇ ଥିବା ବେଳେ ଅଜୟଙ୍କୁ ବଳଙ୍ଗା ପୋଲିସ ଗିରଫ କରିଛି।

ସୂଚନାଥାଉ କି, ୨୦୧୪ରେ ଅଜୟ ଜଣେ ASIଙ୍କୁ ଆକ୍ରମଣ କରିଥିଲେ। ଏନେଇ ବଳଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Advertisment

କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଜାରି କରିଥିଲେ ମଧ୍ୟ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କ ବିରୋଧରେ ଆକ୍ସନ ନେବା ଲାଗି ପୋଲିସ୍‌ ମଧ୍ୟ ଆକ୍ସନ ମୁଡ୍‌ରେ। କିଏ ଲକ୍‌ଡାଉନ୍‌ ବେଳେ ବଡ଼ ଧରଣର ବିବାହ ଭୋଜି ଆୟୋଜନ କରୁଛନ୍ତି ତ ଆଉ କିଏ ସଟ୍‌ଡାଉନ୍‌ ବେଳେ ଲୁଚାଛପାରେ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି

Advertisment
Advertisment