Advertisment

Machete Threats: ଖଣ୍ଡା ବୁଲାଇ ହତ୍ୟା ଧମକ ଦେଲା: ବାନ୍ଧିଲା ପୋଲିସ

ମହଙ୍ଗା ପଡ଼ିଲା ସୋସିଆଲ୍ ମିଡିଆରେ ଦବଙ୍ଗଗିରି। ଖଣ୍ଡା ବୁଲାଇ ତିନି ଜଣଙ୍କୁ ହତ୍ୟା ଧମକ ଦେଇ ବନ୍ଧା ହେଲା ଯୁବକ। ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ ଦିଗପହଣ୍ଡିର ସୁଶାନ୍ତ ଗୌଡ଼।

Machete Threats

Machete Threats Photograph: (OTV)

Advertisment

ମହଙ୍ଗା ପଡ଼ିଲା ସୋସିଆଲ୍ ମିଡିଆ (Social Media) ରେ ଦବଙ୍ଗଗିରି। ଖଣ୍ଡା ବୁଲାଇ ହତ୍ୟା ଧମକ ଦେଇ ବନ୍ଧା ହେଲା ଯୁବକ । ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ ଦିଗପହଣ୍ଡି ବ୍ଲକ ଡୁମ୍ବୁଳା ଗାଁର ସୁଶାନ୍ତ ଗୌଡ଼ । ଏକ ଖଣ୍ଡା ବୁଲାଇ ତିନି ଜଣଙ୍କୁ ହତ୍ୟା କରିବ ବୋଲି ଚେତାବନୀ ଦେଇଥିଲା ସୁଶାନ୍ତ । ଏନେଇ ଏକ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲା । 
ଭିଡିଓଟି ଭାଇରାଲ୍ ହେବାପରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ | ସୁଶାନ୍ତ ନିକଟରୁ ଖଣ୍ଡା ଓ ମୋବାଇଲ ଜବତ ହୋଇଛି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।

Advertisment
Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ