Advertisment

Youth Abducted: ଫିଲ୍ମ ଷ୍ଟାଇଲରେ ଅପହରଣ! ବୁଲିବାକୁ ଯାଇଥିଲେ, ଉଠାଇନେଲେ ଦୁର୍ବୃତ୍ତ

କୋଣାର୍କ ବନାଖଣ୍ଡି ନିକଟରେ ଯୁବକଙ୍କୁ ଉଠାଇନେଲେ ଦୁର୍ବୃତ୍ତ। କାରରେ ପିଛା କରି ଅପହରଣ କରିଥିବା ଅଭିଯୋଗ। କୋଣାର୍କରୁ ଭୁବନେଶ୍ବର ଫେରୁଥିଲେ। କିଏ ଓ କାହିଁକି ଅପହରଣ କଲା କାରଣ ଅସ୍ପଷ୍ଟ।

Kidnap

Kidnap Photograph: (OTV)

Advertisment

କୋଣାର୍କ ଥାନା ଅଞ୍ଚଳରେ ଯୁବକଙ୍କୁ ଅପହରଣ ଅଭିଯୋଗ । ଏକ ପେଟ୍ରୋଲ ପମ୍ପ ନିକଟରୁ କାରରେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କୋଣାର୍କ ନିମାପଡା ମୁଖ୍ୟ ରାସ୍ତାର ବନାଖଣ୍ଡି ନିକଟରେ ଏହି ଘଟଣା ଘଟିଛି। ଖବର ପାଇ କୋଣାର୍କ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାକୁ ୧୨ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏଯାଏଁ ଅଭିଯୁକ୍ତଙ୍କୁ ଧରିପାରିନି ପୋଲିସ। 
ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ ନାମକ ଯୁବକ ନିଜ ସାଙ୍ଗଙ୍କ ସହ ଏକ କାରରେ କୋଣାର୍କ ବୁଲିବାକୁ ଆସିଥିଲେ । ତେବେ ରାତିରେ ଭୁବନେଶ୍ୱର ଫେରିବା ବେଳେ ବନାଖଣ୍ଡି ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପରେ ତେଲ ପକାଇ ମୁଖ୍ୟ ରାସ୍ତାକୁ ଆସିବା ବେଳେ ପୂର୍ବରୁ ତାଙ୍କୁ ପିଛା କରୁଥିବା ଏକ କାରରେ ଦୁଇ ଯୁବକ ଆସି ଜୟ ଚକ୍ରବର୍ତ୍ତୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । 
କୋଣାର୍କ ପୋଲିସ ଓ ପୁରୀ ଜିଲ୍ଲା ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଛନ୍ତି । ତେବେ ଟଙ୍କା କାରବାରକୁ ନେଇ ଅପହରଣ ହୋଇଥିବା କୁହାଯାଉଛି । କାହିଁକି ଓ କିଏ କଲା ଅପହରଣ ଏଯାଏଁ ସ୍ପଷ୍ଟ ହୋଇନି । ଏହି ପ୍ରସଙ୍ଗରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଅଧିକ ଦେଖନ୍ତୁ:

Kidnap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ