Advertisment

ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ

କୋଣାର୍କ: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ। ଗର୍ଭଗୃହରେ ପୋତାଯାଇଥିବା ବାଲି ୫ ମିଟର ତଳକୁ ଦବିଯାଇଛି। ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ASI ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିରର ଗର୍ଭଗୃହର ଉପରି ଭାଗରେ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗର ବିଭିନ୍ନ ସ୍ଥାନର ପଥର ସବୁ ଝୁଲନ୍ତା ଅବସ୍ଥାରେ ଥିବାବେଳେ କୌଣସି ମୁହୁର୍ତ୍ତରେ ବି ଖସିପାରେ। ତେଣୁ ୧୧୫ ବର୍ଷ ତଳେ ଭର୍ତ୍ତି […]

ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ

konark

Advertisment

କୋଣାର୍କ: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ। ଗର୍ଭଗୃହରେ ପୋତାଯାଇଥିବା ବାଲି ୫ ମିଟର ତଳକୁ ଦବିଯାଇଛି। ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ASI ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

Advertisment

Image result for konark

ମନ୍ଦିରର ଗର୍ଭଗୃହର ଉପରି ଭାଗରେ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗର ବିଭିନ୍ନ ସ୍ଥାନର ପଥର ସବୁ ଝୁଲନ୍ତା ଅବସ୍ଥାରେ ଥିବାବେଳେ କୌଣସି ମୁହୁର୍ତ୍ତରେ ବି ଖସିପାରେ। ତେଣୁ ୧୧୫ ବର୍ଷ ତଳେ ଭର୍ତ୍ତି କରାଯାଇଥିବା ବାଲିକୁ କାଢ଼ି ଯେତେଶୀଘ୍ର ମରାମତି କରାଯିବ, ସେତେ ଭଲ ବୋଲି ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ କହିଛନ୍ତି।

Image result for konark

ତାସହ ଅନ୍ୟ ବିଶେଷଜ୍ଞମାନେ କହିଛନ୍ତି, ମନ୍ଦିର ଗର୍ଭଗୃହ ଷ୍ଟକଚରକୁ ଷ୍ଟିଲ୍ ବିମ୍ ଦିଆଯାଇ ସୁରକ୍ଷା ନଦେଲେ ମନ୍ଦିର ଧ୍ୱଂସମୁଖକୁ ଚାଲିଯିବ। ସେପଟେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଚାର ବିମର୍ଷ କରି ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି।

Advertisment

Image result for konark

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ