laxmi puran patha 3
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ଆଜି ହେଉଛି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର। ମାଣବସା ଗୁରୁବାର କେବଳ ଏକ ପୂଜା ନୁହେଁ,ଏହା ଏକ ସାମାଜିକ ବିପ୍ଳବ। ଲକ୍ଷ୍ମୀ ପୁରାଣ ସହ କେବଳ ଆଧ୍ୟାତ୍ମିକ ଭାବଧାରା ଜଡିତ ହୋଇନାହିଁ , ଏହା ସାମାଜିକ ବାର୍ତ୍ତାକୁ ଜାବୁଡି ଧରିଛି।
ସମାଜରେ ଥିବା ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା, ପରିବାରର ଭିତରେ ଉତ୍ତମ ବୁଝାମଣା ଓ ସୁସଂପର୍କ ସହ ସ୍ୱଚ୍ଛତା ଭଳି ମହାନ ଭାବଧାରା ଏଥିରେ ଉଲ୍ଲେଖ ହୋଇଛି। ଯାହାକୁ ପ୍ରତିଟି ଓଡିଆ ମହିଳାଙ୍କ ପାଖରେ ପହଁଚାଇବାକୁ ଉଦ୍ୟମ କରିଛି ବାଲେଶ୍ୱରର ଇସିପି ଅଭ୍ୟୁଦୟ ଟ୍ରଷ୍ଟ ।
ଏହି ଟ୍ରଷ୍ଟର ମହିଳାମାନେ ଆଜି ବାଲେଶ୍ୱର ସହରର ମାକଲପୁର ହନୁମାନ ମନ୍ଦିରରେ ଆୟୋଜନ କରିଥିଲେ ସମୂହ ଲକ୍ଷ୍ମୀପୁରାଣ ପାଠ। ଯାହାକୁ ନେଇ ପୂରା ଉତ୍ସାହ ଖେଳିଯାଇଥିଲା ।
ଆମ ଓଡ଼ିଆ ଘରର ଏ ପରମ୍ପରାଟି କେମିତି ସବୁଆଡେ ବିସ୍ତାରିତ ହେବ ଏବଂ ଆଗାମୀ ପିଢ଼ି ଏହା ବିଷୟରେ କିପରି ଜାଣିବେ ଓ ଏହାକୁ ଆପଣେଇବେ ଏଇ ଲକ୍ଷ୍ୟ ନେଇ ଏହି ଟ୍ରଷ୍ଟର ମହିଳାମାନେ ଏକତ୍ର ହୋଇଛନ୍ତି ଏବଂ ସମୂହ ଲକ୍ଷ୍ମୀପୁରାଣ ପାଠ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/laxmi-puran-patha-3_1626686100.jpg)