Advertisment

Women to Drive Ama Buses: ମହିଳା ଚଳାଇବେ ଆମ ବସ୍, ତାଲିମ ପାଇଁ ‍ବିମାନରେ ଯିବେ ପୁଣେ

ମହିଳା ଚଳାଇବେ ଆମ ବସ। ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ଯିବେ ପୁଣେ। ଆଜି ୨୦ ଜଣ ମହିଳା ଡ୍ରାଇଭର ତାଲିମ ପାଇଁ ଯିବେ। ଅପରାହ୍ନ ସାଢେ ୫ଟାରେ ରହିଛି ବିମାନ।

Ama Bus

Ama Bus Photograph: (OTV)

Advertisment

ମହିଳା ଚଳାଇବେ ଆମ ବସ। ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ଯିବେ ପୁଣେ। ଆଜି ୨୦ ଜଣ ମହିଳା ଡ୍ରାଇଭର ତାଲିମ ପାଇଁ ଯିବେ। ଅପରାହ୍ନ ସାଢେ ୫ଟାରେ ରହିଛି ବିମାନ। ୨୦ ଜଣ ମହିଳାଙ୍କୁ  ଫ୍ଲାଇଟ ଟିକେଟ ପ୍ରଦାନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ  ପରିବହନ ସଚିବ ଉଷା ପାଢ଼ୀ।

Advertisment

୧୪ ଦିନ ସ୍ୱତନ୍ତ୍ର ଆଡ଼ଭାନ୍ସ ଇଭି ବସର ତାଲିମ ନେବେ ମହିଳା। ୧୭ ଫେବୁଆରୀରେ ଭୁବନେଶ୍ୱର ଫେରିବ ଏହି ଟିମ । ଆମ ବସର ଛୋଟ ବା ମିନି ଇଭି ବସ ଚଳାଇବେ ମହିଳା ଡ୍ରାଇଭର। ପୁଣେ ଟ୍ରାଫିକରେ ଚଳାଇବାର ତାଲିମ ନେଇ ଆସିବେ ଭୁବନେଶ୍ବର। ପ୍ରଥମେ ୯ ମିଟର ୧୨ଟି ସିଟ ଥିବା ବସ ଚଳାଇବେ। ୩ ମାସ ପରେ ୩୦ ସିଟ ବିଶିଷ୍ଟ ବସ ଚଳେଇବେ ମହିଳା ଡ଼୍ରାଇଭର। 

ସେପଟେ ଭୁବନେଶ୍ୱରରେ ଗଡିବ ସୁଭଦ୍ରା ବସ। ମହିଳା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ସୁଭଦ୍ରା ବସ।ମହିଳା ଡ୍ରାଇଭର ଚଳାଇବେ ସୁଭଦ୍ରା ବସ।ମହିଳାଙ୍କ ସୁରକ୍ଷାକୁ ଏହି ବସରେ ଗୁରୁତ୍ୱ ଦିଆଯିବ। ପୁନେରେ ଇ-ବସ ଟ୍ରେନିଂ ପରେ ଭୁବନେଶ୍ୱର ମହିଳା ଚଲାଇବେ ବସ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷଣ ଚନ୍ଦ୍ର ମହାପାତ୍ର।

Advertisment
Ama Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ