Advertisment

ନ୍ୟାୟ ନପାଇବାରୁ ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର: ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ।…

ଅଦ୍ୟତନ ହୋଇଛି
ନ୍ୟାୟ ନପାଇବାରୁ ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

vlcsnap-error845

Advertisment

ବାଲେଶ୍ୱର: ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ।

Advertisment

ସୂଚନାଯୋଗ୍ୟ, ଜଣେ ମହିଳା ଫେସ୍‌ବୁକ୍‌ ମାଧ୍ୟମରେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଫେସ୍‌ବୁକ୍‌ରେ କିଛି ଦିନ କଥା ହେବା ପରେ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା । ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ବିବାହର ମାସେ ପର୍ଯ୍ୟନ୍ତ ସେମାନେ ଚେନ୍ନାଇରେ ରହିବା ପରେ ଓଡ଼ିଶା ଫେରି ଆସିଥିଲେ । ହେଲେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣଙ୍କ ତାଙ୍କୁ ଭୁବନେଶ୍ୱରରେ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି । ଏହାପରେ ଯବତୀ ସିମୁଳିଆ ଥାନାରେଏନେଇ ଅଭିଯୋଗ କରିଥିଲେ । ହେଲେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମହିଳାଙ୍କୁ ନ୍ୟାୟ ମିଳିନଥିଲା । ବାରମ୍ବାର ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କ କଥାକ ଗୁରୁତ୍ୱ ଦେଇନଥିଲା ।

ଫଳରେ ସେ ଥାନାରୁ ନିରାଶ ହେବା ପରେ ନିଜ ଦେହରେ ଥାନା ବାହାରେ କେରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଅଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ l

Advertisment
Women Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ