Advertisment

ଅତିଷ୍ଠ ହେଲା ମଦ୍ୟପ ସ୍ୱାମୀର ବ୍ୟବହାର, ପିଟିପିଟି ମାରିଦେଲା ସ୍ତ୍ରୀ

ନୀଳଗିରି: ମଦ୍ୟପ ସ୍ୱାମୀର ଅତ୍ୟାଚାର ଆଉ କେତେ ସହିଥାନ୍ତା ?  ଯେତେବେଳେ  ନାବାଳିକା ଝିଅ ପ୍ରତି ଖରାପ ଦୃଷ୍ଟି ପକାଇଲା ସହିବାର ସବୁ ବନ୍ଧ ଭାଙ୍ଗିଗଲା। ବିରୋଧ ଗଲା,  ତଥାପି ଶୁଣି ନ ଥିଲା ପିଶାଚ ବାପା। ଶେଷରେ ଚରମ ପଦକ୍ଷେପ…

ଅତିଷ୍ଠ ହେଲା ମଦ୍ୟପ ସ୍ୱାମୀର ବ୍ୟବହାର, ପିଟିପିଟି ମାରିଦେଲା ସ୍ତ୍ରୀ

nilagiri thana

Advertisment

ନୀଳଗିରି: ମଦ୍ୟପ ସ୍ୱାମୀର ଅତ୍ୟାଚାର ଆଉ କେତେ ସହିଥାନ୍ତା ?  ଯେତେବେଳେ  ନାବାଳିକା ଝିଅ ପ୍ରତି ଖରାପ ଦୃଷ୍ଟି ପକାଇଲା ସହିବାର ସବୁ ବନ୍ଧ ଭାଙ୍ଗିଗଲା। ବିରୋଧ ଗଲା,  ତଥାପି ଶୁଣି ନ ଥିଲା ପିଶାଚ ବାପା। ଶେଷରେ ଚରମ ପଦକ୍ଷେପ ନେଲା ସ୍ତ୍ରୀ । ପିଟି ପିଟି ମାରିଦେଲା ସ୍ୱାମୀକୁ। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗ୍ରାମରେ ।

Advertisment

ଗତରାତିର ଘଟଣା। ତେଣ୍ଡା ଗାଁର ବୁଟୁ ସିଂ  ସବୁବେଳେ ମଦ୍ୟପାନ କରି ଘରେ ମାରପିଟ କରନ୍ତି। ଅସହ୍ୟ ହେଲେ ମଧ୍ୟ ସହିବାକୁ ବାଧ୍ୟ ହୁଅନ୍ତି ପତ୍ନୀ ଗୁରୁବାରୀ। ହେଲେ କାଲି ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ବୁଟୁ ସିଂ ନାବାଳିକା ଝିଅକୁ ଦୁର୍ବ୍ୟବହାର ଲାଗି ଉଦ୍ୟମ କରୁଥିଲା। ଏଥିରେ ପ୍ରତିବାଦ କରିବାରୁ ସ୍ତ୍ରୀ ଗୁରୁବାରୀ।

ଏହାକୁ ନେଇ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡ଼ା ହୋଇଥିଲା । ରାଗରେ ସ୍ତ୍ରୀ ଗୁରୁବାରୀ ଠେଙ୍ଗାରେ ବୁଟୁ ସିିଂର ମୁଣ୍ଡକୁ ପିଟି ଝିଅକୁ ନେଇ ଚାଲି ଆସିଥିଲା । ଅତ୍ୟନ୍ତ ରକ୍ତଶ୍ରାବ ହେବାରୁ ପରେ ବୁଟୁ ସିଂର ମୃତ୍ୟୁ ହୋଇଥିଲା ।

Advertisment

ଘଟଣା ବିଷୟରେ ଖବର ପାଇ ନୀଳଗିରି ଥାନା ପୋଲିସ ସ୍ତ୍ରୀ ଗୁରୁବାରୀକୁ ଅଟକ ରଖି ପଚର ଉଚରା ଚାଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ