ambulance
- କଣ୍ଡରାପାଟିଆ ଲୁଣା ଜଙ୍ଗଲ ରାସ୍ତାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
- ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
- ମୃତଦେହ ନିକଟରୁ ୩ବର୍ଷର ଶିଶୁ ଉଦ୍ଧାର
- ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ
କେନ୍ଦ୍ରାପଡା: ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ। ରାସ୍ତା କଡ଼ରେ ପଡିଥିଲା ଜଣେ ମହିଳାଙ୍କ ମୃତ ଦେହ। ପାଖରେ ଥିଲା ୩ ବର୍ଷର ଶିଶୁ। ଏମିତି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତ ଦେହକୁ ଜବତ କରି ଶିଶୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛି। ଘଟଣା ଘଟିଛି କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନା କଣ୍ଡରାପାଟିଆ ଲୁଣା ଜଙ୍ଗଲ ନିକଟରେ।
ଲୁଣା ଜଙ୍ଗଲ ରାସ୍ତାରେ ମହିଳାଙ୍କ ମୃତଦେହ ପଡ଼ିଥିଲା। ମହିଳାଜଣଙ୍କୁ କେହି ବିଭତ୍ସ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ମହିଳା ଜଣକ କିଏ ଏବଂ ଏହି ସ୍ଥାନକୁ କିପରି ଆସିଲେ ତାହା ଜଣା ପଡ଼ି ନାହିଁ।
ମୃତଦେହ ନିକଟରୁ ୩ବର୍ଷର ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ପୋଲିସ ଖବର ପାଇ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ମେଡିକାଲ ପଠାଇଛନ୍ତି। ଶିଶୁଟିର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ କେହି ଗଳାକାଟି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ambulance-1_1624691060.jpg)