ଅଦ୍ୟତନ ହୋଇଛି
pregnant lady
Advertisment
କେନ୍ଦ୍ରାପଡ଼ା: ଡାକ୍ତର ଫେରାଇ ଦେଲା ପରେ ରାସ୍ତାରେ ପ୍ରସବ କଲେ ମହିଳା। କେନ୍ଦ୍ରାପଡ଼ା ମେଡିକାଲ୍କୁ ଯାଇଥିଲେ ପ୍ରସବ ବେଦନାରେ ଥିବା ମହିଳା। ଡେରାବିଶ ନେତୁଆ ଗାଁର ଘଟିଛି ଏଭଳି ଘଟଣା। ଏହି ଗାଁର ଜଣେ ପ୍ରସୂତି ମହିଳା ଗର୍ଭ ଯନ୍ତ୍ରଣା ହେବା ପରେ ସେ ନିକଟସ୍ତ ମେଡିକାଲକୁ ଯାଇଥିଲେ। ତେବେ ଡାକ୍ତର ତାଙ୍କ ପ୍ରସବ ସମୟ ହୋଇନଥିବା କହି ଫେରାଇ ଦେଇଥିବା ଅଭିଯୋଗ ହୋଇଛି।
Advertisment
ସ୍ୱାମୀ ଓ ଆଶା କର୍ମୀଙ୍କ ସହ ବାଇକରେ ଫେରୁଥିବା ବେଳେ ରାସ୍ତାରେ ତିଳୋତ୍ତମାପୁର ନିକଟରେ ପ୍ରସବ କରିଥିଲେ ମହିଳା ଜଣକ। ଗୁରତର ଅବସ୍ଥାରେ ମହିଳାଙ୍କୁ ରାସ୍ତାକଡ଼ରୁ ହସ୍ପିଟାଲ ନିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pregnant-lady_1625127363.jpg)