train
Advertisment
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜି ରାଉରକେଲା ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସାଉଥ ବିହାର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ରେଳବାଇ ପୁଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ଉକ୍ତ ମହିଳାଙ୍କ ନାବାଳିକା ଝିଅକୁ ଛଅ ନମ୍ବର ସେକ୍ଟରର ଜଣେ ଯୁବକ ଅପହରଣ କରି ନେଇ ଯାଇଥିଲା। ଏ ବାବଦରେ ଉକ୍ତ ମହିଳା ସାତ ନମ୍ବର ସେକ୍ଟର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ନାବାଳିକା ଝିଅକୁ ଉଦ୍ଧାର କରିବାକୁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି।
Advertisment
ଆଜି ଉକ୍ତ ନାବାଳିକା ଏବଂ ଯୁବକ ସାଉଥ ବିହାର ଟ୍ରେନରେ ଯାଉଥିବା ଖବର ପାଇ ତାଙ୍କ ମା ଆସି ଝିଅକୁ ଘରକୁ ନେବାରେ ଅସଫଳ ହେବାରୁ ହତାଶ ହୋଇ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ରେଳବାଇ ପୁଲିସର ଜଣେ ସବଇନ୍ସପେକ୍ଟର ଦେବେନ୍ଦ୍ର ନାୟକ ତାଙ୍କୁ ଲାଇନ ଉପରୁ ଉଠାଇ ଆଣିଥିଲେ । ରେଳବାଇ ପୁଲିସ ଉକ୍ତ ନାବାଳିକା , ଯୁବକ ଏବଂ ତାଙ୍କ ମା'ଙ୍କୁ ସାତ ନମ୍ବର ସେକ୍ଟର ଥାନାକୁ ପଠାଇ ଦେଇଛନ୍ତି ।/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/train1_1626688964.jpg)