Advertisment

Love Dispute Woman Attempts Suicide: ବିବାହକୁ ନେଇ ବିବାଦ, ବିଷ ପିଇଦେଲା ପ୍ରେମିକା

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଅଭାବନୀୟ ଘଟଣା। ପ୍ରେମିକ ବିବାହ କରିବା ପାଇଁ ରାଜି ନ ହେବାରୁ ପ୍ରେମିକାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ପରିବାରର ହସ୍ତକ୍ଷେପ ଫଳରେ ବଞ୍ଚିଗଲା ଜୀବନ।

author-image
Pramod Behera
Love Dispute Woman Attempts Suicide

ବିବାହକୁ ନେଇ ବିବାଦ, ବିଷ ପିଇଦେଲା ପ୍ରେମିକା Photograph: (OTV)

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଅଭାବନୀୟ ଘଟଣା। ପ୍ରେମିକ ବିବାହ କରିବା ପାଇଁ ରାଜି ନ ହେବାରୁ ପ୍ରେମିକାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ପରିବାରର ହସ୍ତକ୍ଷେପ ଫଳରେ ବଞ୍ଚିଗଲା ଜୀବନ।

Advertisment

ଫତେଗଡ଼ ଥାନା ଆଗରେ ଯୁବତୀ ଜଣକ ପୋକ ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପ୍ରେମିକର ବାପା ଏବଂ ଫତେଗଡ଼ ଥାନା ପୋଲିସ ଯୁବତୀଙ୍କୁ ଅଟକାଇ ଥିଲେ। ସୂଚନା ଅନୁସାରେ ଯୁବତୀଙ୍କ ଘର କାକଟପୁର ଥାନା କେନ୍ଦ୍ରାପଟି ଗ୍ରାମରେ ହୋଉଥିବା ବେଳେ ଯୁବକ ଜଣଙ୍କ ଘର ଫତେଗଡ ଥାନା ବାରବାଟି ଗ୍ରାମରେ।

ଚୁକ୍ତି ଅନୁଯାୟୀ ଦୁହେଁ ପ୍ରେମିକ ଏବଂ ପ୍ରେମିକାର ଶନିବାର କୋର୍ଟରେ ମ୍ୟାରେଜ୍ କରିବା ପାଇଁ ଆବେଦନ କରିବା ସହ ମନ୍ଦିର ବିବାହ ହୋଇଥାନ୍ତା। ଏଥିପାଇଁ  ପ୍ରେମିକା ଶଙ୍ଖା-ସିନ୍ଦୂର, ଫୁଲମାଳା, ନୂଆ ଶାଢ଼ୀ କିଣିକି ଆଣିଥିବା କହିଛନ୍ତି। କିନ୍ତୁ ବିବାହ କରିବା ପାଇଁ ପ୍ରେମିକ ଶିବ ନାରାୟଣ ପଣ୍ଡା ରାଜି ନ ହେବାରୁ ପ୍ରେମିକା ରିନା ମଲ୍ଲିକ ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ତେବେ ୯ ବର୍ଷ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। 

Advertisment

ସୂଚନ ମୁତବକ ଶିବ ନାରାୟଣ ଭୁବନେଶ୍ୱରରେ କ୍ୟାଟେରିଂ କାମ କରୁଥିବା ବେଳେ ରିନା ସେଠାରେ ରହି ପାଠ ପଢ଼ୁଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହ ପାଇଁ ଦୁହିଁଙ୍କ ପରିବାର ଲୋଲେ ମଧ୍ୟ ରାଜି ଥିଲେ। କିନ୍ତୁ ହଠାତ୍ ପ୍ରେମିକ ଶିବ ନାରାୟଣ ପଣ୍ଡା ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକା ରିନା ମଲ୍ଲିକ ନିରାଶ ହୋଇ ଥାନା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରେମିକା ରିନାଙ୍କ ଅଭିଯୋଗ କ୍ରମେ ଫତେଗଡ ଥାନା ପୋଲିସ ପ୍ରେମିକ ଶିବ ନାରାୟଣ ପଣ୍ଡାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏନେଇ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସ ପତିକ୍ରିୟା ମିଳିନାହିଁ।

Nayagarh Suicide Attempt Love Affair
Advertisment
Advertisment