Advertisment

ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ, ଥଣ୍ଡା ପରିବେଶରେ ଉଠିବ ଗରମ ପ୍ରସଙ୍ଗ

ଭୁବନେଶ୍ୱର: ଥଣ୍ଡା ପରିବେଶରେ ପୁଳାପୁଳା ଗରମ ପ୍ରସଙ୍ଗ ସରଗରମ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ମିଳିସାରିଲାଣି ସଙ୍କେତ। ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ତାରକା ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ବାତିଲ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। କୋଭିଡ୍ ଲାଗି ଏହାକୁ ବାଚସ୍ପତି ବାତିଲ କରିଥିବାରୁ ବିଜେପି ଓ କଂଗ୍ରେସ୍ ତୀବ୍ର ବିରୋଧ କରିଥିଲେ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ […]

ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ, ଥଣ୍ଡା ପରିବେଶରେ ଉଠିବ ଗରମ ପ୍ରସଙ୍ଗ

assembly

Advertisment

ଭୁବନେଶ୍ୱର: ଥଣ୍ଡା ପରିବେଶରେ ପୁଳାପୁଳା ଗରମ ପ୍ରସଙ୍ଗ ସରଗରମ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ମିଳିସାରିଲାଣି ସଙ୍କେତ। ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ତାରକା ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ବାତିଲ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। କୋଭିଡ୍ ଲାଗି ଏହାକୁ ବାଚସ୍ପତି ବାତିଲ କରିଥିବାରୁ ବିଜେପି ଓ କଂଗ୍ରେସ୍ ତୀବ୍ର ବିରୋଧ କରିଥିଲେ।

Advertisment

ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଧାର୍ଯ୍ୟ ହୋଇଛି। ଏହି ଲମ୍ବା ଅଧିବେଶନରେ ବିରୋଧୀଙ୍କ ହାତରେ ବି ରହିଛି ପ୍ରସଙ୍ଗର ଲମ୍ବା ତାଲିକା। ଧାନର ଅଭାବୀ ବିକ୍ରି, ଟୋକନ୍ ଅବ୍ୟବସ୍ଥା, ବଗଲା ଜମି ଦୁର୍ନୀତି, କୋଭିଡ୍ ପରିଚାଳନାରେ ବିଫଳତା, ପ୍ରବାସୀଙ୍କ ଥଇଥାନ, ବିଜୁଳି ଦର ବୃଦ୍ଧି, ସୀମା ବିବାଦ ଆଦି ପ୍ରସଙ୍ଗ ଉଠାଇବ ବିଜେପି।

ସେପଟେ ଧାନ କିଣାରେ ଅବ୍ୟବସ୍ଥା, ମହଙ୍ଗା ବିଜୁଳି, ନାରୀ ନିର୍ଯାତନା, ବେକାରୀ ସମସ୍ୟା, ନିଶା କାରବାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, କୋଭିଡ୍ ଦୁର୍ନୀତିକୁ ପ୍ରସଙ୍ଗ କରିବ କଂଗ୍ରେସ ଶାସକ ଦଳ ବି ବିରୋଧୀଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି। ଆସନ୍ତାକାଲି ସବୁ ଦଳର ବିଧାୟକ ଦଳ ବୈଠକ ବସି ପ୍ରସ୍ତୁତ ହେବ ଚୂଡ଼ାନ୍ତ ରଣନୀତି।

Advertisment

ମୌସୁମୀ ଅଧିବେଶନ ଭଳି ଏଥର ବି କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଚାଲିବ ଗୃହ। ଅଧିବେଶନ ପୂର୍ବରୁ ବିଧାୟକ, କର୍ମଚାରୀ ଓ ଅନ୍ୟମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଛି। ପ୍ରତିଦିନ ବିଧାନସଭାକୁ ସାନିଟାଇଜ୍ କରାଯିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି। ଗୃହ ପ୍ରତିଦିନ ୧୦.୩୦ରୁ ଗୋଟାଏ ଓ ଅପରାହ୍ଣ ୩ଟାରୁ ୫ଟା ଏଭଳି  ପ୍ରାୟ ସାଢ଼େ ସାରି ଘଣ୍ଟା ଚାଲିବ। ରବିବାର ବି ଗୃହକାର୍ଯ୍ୟ ଚାଲିବ। ତାରକା ପ୍ରଶ୍ନକାଳକୁ ବାଦ୍ ଦେଲେ ମୁଲତବୀ ଓ ଧ୍ୟାନ ଆକର୍ଷଣକାରୀ ନୋଟିସ୍, ଶୂନ୍ୟକାଳ ଆଦିର ବ୍ୟବସ୍ଥା ରହିବ।

ଶୀତ ଅଧିବେଶନରେ ମୋଟ୍ ୪୦ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ଦିନ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଏଥିରେ ପ୍ରାୟ ୧୧ ହଜାର ୨ଶହ କୋଟିର ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ