Advertisment

ଡିସେମ୍ବର ୩୧ ପୂର୍ବରୁ ବସବି ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଚଳିତବର୍ଷ ଶେଷ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ପୂର୍ବରୁ ଶୀତକାଳୀନ ଅଧିବେଶନ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା କଥା, କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଥିଲା। ତେଣୁ ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହ କାର୍ଯ୍ୟ ବସିବାକୁ ବାକି ରହିଛି। ହେଲେ କେବେ ଅଧିବେଶନ […]

ଅଦ୍ୟତନ ହୋଇଛି
ଡିସେମ୍ବର ୩୧ ପୂର୍ବରୁ ବସବି ଶୀତକାଳୀନ ଅଧିବେଶନ

odisha assembly

Advertisment

ଭୁବନେଶ୍ୱର: ଚଳିତବର୍ଷ ଶେଷ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ପୂର୍ବରୁ ଶୀତକାଳୀନ ଅଧିବେଶନ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା କଥା, କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଥିଲା। ତେଣୁ ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହ କାର୍ଯ୍ୟ ବସିବାକୁ ବାକି ରହିଛି।

Advertisment

ହେଲେ କେବେ ଅଧିବେଶନ ବସିବ ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଅକ୍ଟୋବର ୬ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଥିଲା। ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ଏହି ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଥିଲା ବେଳେ ୬ ତାରିଖ ଗୋଟିଏ ଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ ୫ଟି ବିଲ୍ ପାରିତ ହୋଇଥିଲା। ଏଥିମଧ୍ୟରେ ରହିଛି ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଓଡ଼ିଶା ପୌରବିଧି ସଂଶୋଧନ ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବା ବିଲ୍ ଓ ଶିଳ୍ପ ବିବାଦ ଓଡ଼ିଶା ସଂଶୋଧନ ବିଲ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ