Advertisment

ମୋହନ, ପ୍ରମୋଦ, ସୀମାରାଣୀ ଓ ସୁଧୀର ସାମଲ ବିଜୟୀ

ଭୁବନେଶ୍ୱର:ଏଥର ନିର୍ବାଚନରେ ଅନେକ ଆସନରେ କଡ଼ା ଟକ୍କର ହୋଇଛି। କଂଗ୍ରେସ ପଛରେ ପଡ଼ିଯାଇଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜେଡିର ମାଧବ ସର୍ଦ୍ଦାରଙ୍କୁ ହରାଇ ବିଜୟୀ ହୋଇଛନ୍ତି। ମାଧବଙ୍କୁ ୧୧୮୯ ଭୋଟରେ ହରାଇ ଜିତିଛନ୍ତି ମୋହନ। ସେହିପରି ନିଆଳିରେ ବିଜେଡିର ପ୍ରମୋଦ ମଲ୍ଲିକ ବିଜୟୀ ହୋଇଛନ୍ତି। ବିଜେପିର ଛବି ମଲ୍ଲିକଙ୍କୁ ୨୭ ହଜାର ଭୋଟରେ ହରାଇଛନ୍ତି ପ୍ରମୋଦ। ହିନ୍ଦୋଳରେ ବିଜେଡିର ସୀମାରାଣୀ […]

author-image
Mihir Pattnayak
ମୋହନ, ପ୍ରମୋଦ, ସୀମାରାଣୀ ଓ ସୁଧୀର ସାମଲ ବିଜୟୀ

b-99-750x430

ଭୁବନେଶ୍ୱର:ଏଥର ନିର୍ବାଚନରେ ଅନେକ ଆସନରେ କଡ଼ା ଟକ୍କର ହୋଇଛି। କଂଗ୍ରେସ ପଛରେ ପଡ଼ିଯାଇଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜେଡିର ମାଧବ ସର୍ଦ୍ଦାରଙ୍କୁ ହରାଇ ବିଜୟୀ ହୋଇଛନ୍ତି। ମାଧବଙ୍କୁ ୧୧୮୯ ଭୋଟରେ ହରାଇ ଜିତିଛନ୍ତି ମୋହନ। ସେହିପରି ନିଆଳିରେ ବିଜେଡିର ପ୍ରମୋଦ ମଲ୍ଲିକ ବିଜୟୀ ହୋଇଛନ୍ତି। ବିଜେପିର ଛବି ମଲ୍ଲିକଙ୍କୁ ୨୭ ହଜାର ଭୋଟରେ ହରାଇଛନ୍ତି ପ୍ରମୋଦ। ହିନ୍ଦୋଳରେ ବିଜେଡିର ସୀମାରାଣୀ ନାୟକ ବିଜୟୀ ହୋଇଛନ୍ତି।

Advertisment

ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ନାୟକଙ୍କୁ ୧୯, ୧୨୧ ଭୋଟରେ ହରାଇଲେ ସୀମାରାଣୀ। ସେହିପରି ଢେଙ୍କାନାଳରେ ବିଜେଡିର ସୁଧିର ସାମଲ ବିଜୟୀ ହୋଇଛନ୍ତି। ବିଜେପିର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୨୦, ୭୫୨ ଭୋଟରେ ହରାଇଲେ ସୁଧିର।

Left Top
Advertisment
Advertisment