/odishatv-khabar/media/post_attachments/uploadimage/library/16_9/16_9_0/corona-hotel_1621153840.jpg)
corona-hotel
ଭୁବନେଶ୍ୱର: ଗୁରୁତର ନଥିବା କରୋନା ଆକ୍ରାନ୍ତଙ୍କୁ ହୋଟେଲରେ ଚିକିତ୍ସା କରାଇବା ଲାଗି ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ନେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ହସ୍ପିଟାଲଗୁଡ଼ିକରେ ବେଡ୍, ଭେଣ୍ଟିଲେଟର ଓ ଆଇସିୟୁର ଅଭାବ ଦେଖାଦେଉଛି। ଏଭଳି ପରିସ୍ଥିତିରେ ହୋଟେଲ ଗୁଡ଼ିକରେ ଅସ୍ଥାୟୀ କୋଭିଡ୍-୧୯ ହସ୍ପିଟାଲ କରିବା ଲାଗି ବିଏମସି ପଦକ୍ଷେପ ନେଇଛି।
ବିଏମ୍ସି ପକ୍ଷରୁ ଏଥିଲାଗି ସହରର ବିଭିନ୍ନ ହୋଟେଲର ମାଲିକ, ହୋଟେଲ ସଂଘର ପ୍ରତିନିଧି ଓ ରେଷ୍ଟୁରାଣ୍ଟ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଛି। ଭିଡିଓ କନଫରେନ୍ସିଂରେ ହୋଇଥିବା ଆଲୋଚନାରେ ବିଏମ୍ସି କମିଶନର ସଂଜୟ ସିଂହ ଉପସ୍ଥିତ ରହିଥିଲେ। ହୋଟେଲଗୁଡ଼ିକରେ ଅକ୍ସିଜେନ୍ ସୁବିଧା ଥାଇ ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତ କରିବା ଲାଗି ଏଥିରେ ଆଲୋଚନା ହୋଇଛି। ବିଏମ୍ସିର ପଦକ୍ଷେପକୁ ହୋଟେଲ ସଂଘ ପ୍ରଶଂସା କରିଛି। ଏହାସହ ଘରୋଇ ହସ୍ପିଟାଲଗୁଡ଼ିକ ସହ ହୋଟେଲଗୁଡ଼ିକୁ ଯୋଡ଼ିଲେ ଆହୁରି ଭଲ ହେବ ବୋଲି ହୋଟେଲ ସଂଘ କହିଛି।
ତେବେ ରାଜ୍ୟରେ ସଂକ୍ରମଣ ବେକାଉ ହେଉଛି। ରାଜ୍ୟରେ ଥମିବାରେ ନା ନେଉ ନାହିଁ ସଂକ୍ରମଣ। ପୁଣି ଥରେ ଉପରମୁହାଁ ରହିଛି କରୋନା ଗ୍ରାଫ୍। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୬୯ ଜଣ ସଂକ୍ରମିତ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫,୧୬୩ ଜଣ ଲୋକାଲ କେସ୍ ବା ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪୪୯୨କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧,୦୭,୪୦୩ ରହିଥିବା ବେଳେ ୫,୦୨,୪୫୫ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୭୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୧୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ।
ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଟିପ୍ପଣୀକୁ ନେଇ ମଧ୍ୟ ଚିନ୍ତା ବଢିଛି। ଏ ସପ୍ତାହରେ କମିବ ନାହିଁ କରୋନା ସଂକ୍ରମଣ। ମେ ପରେ ଧୀରେ ଧୀରେ ରାଜ୍ୟରେ କମିବ ସଂକ୍ରମଣ। କରୋନା ସଂକ୍ରମଣକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ନିରୋଜ ମିଶ୍ର। ସେ କହିଛନ୍ତି ଯେ, ମେ ୩୧ ପରେ ଯାଇ ସଂକ୍ରମିତ ସଂଖ୍ୟା କମିବ। ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ୧୦ରୁ ୧୨ ହଜାର ପଜିଟିଭ ସଂଖ୍ୟା ରହିବ। ଏହାସହ ରାଜ୍ୟରେ ଏବେ ପଜିଟିଭ ରେଟ୍ ୨୦% ରହିଛି, ଟେଷ୍ଟ ବଢ଼ିଲେ ପଜିଟିଭ ସଂଖ୍ୟା ବି ବଢ଼ିବ। ମେ ୩୧ ପରେ ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଖସିବ, ଜୁନରେ ଆଶ୍ୱସ୍ତି ମିଳିବ ବୋଲି କହିଛନ୍ତି ଶ୍ରୀ ମିଶ୍ର। ଏହାସହ ଗାଁ ଗୁଡିକ ଉପରେ ଅଧିକ ଫୋକସ କରିବାକୁ ପଡ଼ିବ, ଅଣ୍ଡର ରିପୋର୍ଟିଂ ହେବ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ନାହିଁ, ଲୋକ ସଚେତନ ନଥିବାରୁ ମୃତ୍ୟୁହାର ବଢ଼ିପାରେ ବୋଲି ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟକୁ ଆଉ ୨ ସପ୍ତାହ ଲକଡାଉନ୍ର ଆବଶ୍ୟକତା ଥିବା ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)