Advertisment

ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ !

ରାୟଗଡ଼ା (ମନୋଜ ପାତ୍ର/ମିହିର ଯତି): ପ୍ରେମ କରି ବାହା ହୋଇଥିଲେ। ଘର ସଂସାର କରି ଦେଖିଥିଲେ ସୁନ୍ଦର ସ୍ୱପ୍ନ। ହସଖୁସିରେ ଚାଲିଥିଲା ସଂସାର। ହଠାତ୍‌ ସେହି ସୁଖର ସାଂସାର ଉପରେ ଘୋଟିଆସିଲା ଦୁଃଖର କଳାବାଦଲ। ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହେଲା ମନୋମାଳିନ୍ୟ। ମନ ଦେଇ ମନର ମାନସୀ ସାଜିଥିବା ସ୍ତ୍ରୀ, ସ୍ୱାମୀକୁ ଭୁଲି ପର ପୁରୁଷକୁ କଲା ନିଜର। ପାପ ସମ୍ପର୍କରେ ହେଲା ଲିପ୍ତ। ଆଉ ତା’ପରେ ପ୍ରେମିକ ସହ ମିଶି ସାତ ଜନମର ସାଥୀକୁ […]

ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ !

wife

Advertisment

ରାୟଗଡ଼ା (ମନୋଜ ପାତ୍ର/ମିହିର ଯତି): ପ୍ରେମ କରି ବାହା ହୋଇଥିଲେ। ଘର ସଂସାର କରି ଦେଖିଥିଲେ ସୁନ୍ଦର ସ୍ୱପ୍ନ। ହସଖୁସିରେ ଚାଲିଥିଲା ସଂସାର। ହଠାତ୍‌ ସେହି ସୁଖର ସାଂସାର ଉପରେ ଘୋଟିଆସିଲା ଦୁଃଖର କଳାବାଦଲ। ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହେଲା ମନୋମାଳିନ୍ୟ। ମନ ଦେଇ ମନର ମାନସୀ ସାଜିଥିବା ସ୍ତ୍ରୀ, ସ୍ୱାମୀକୁ ଭୁଲି ପର ପୁରୁଷକୁ କଲା ନିଜର। ପାପ ସମ୍ପର୍କରେ ହେଲା ଲିପ୍ତ। ଆଉ ତା’ପରେ ପ୍ରେମିକ ସହ ମିଶି ସାତ ଜନମର ସାଥୀକୁ ରାସ୍ତାରୁ ହଟାଇ ଦେଲା। ଏମିତି ଲୋମ ଟାଙ୍କୁରା ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

କଳାହାଣ୍ଡି ବୋଲାମୁଣ୍ଡା ଅଞ୍ଚଳ ଯୁବରାଜ ଚଣ୍ଡୀ ପେଶାରେ ଜଣେ ଗାଡ଼ି ଚାଳକ। ସେ ମଙ୍ଗୁ(ଛଦ୍ମନାମ)ଙ୍କୁ ୧୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ମୁନିଗୁଡା ଗୁପ୍ତା କଲୋନୀରେ ରହୁଥିଲେ। ଉଭୟଙ୍କ ଔରସରୁ ବର୍ତ୍ତମାନ ୧୨ ବର୍ଷ ଓ ୭ ବର୍ଷର ଦୁଇଟି ପିଲା ଅଛନ୍ତି। ହେଲେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହୁନଥିଲା। କଥା କଥାରେ ପାଟିତୁଣ୍ଡ ହେଉଥିଲା।ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ଫାଟର ସୁଯୋଗ ନେଇଥିଲା ଜଣେ ଫଳ ବ୍ୟବସାୟୀ। ସେ ମଙ୍ଗୁଙ୍କୁ ତା’ ଭଲ ପାଇବା ଜାଲ୍‌ରେ ଫସାଇ ଦେଇଥିଲା। ଧୀରେ ଧୀରେ ଉଭୟଙ୍କ ପ୍ରେମ ନିବିଡ଼ ହେଲା।

ତେବେ ଗତ ୩୧ ତାରିଖରେ ଯୁବରାଜ ପିକ୍‌ନିକ କରିବା ପାଇଁ ଯାଇଥିଲେ। ସଞ୍ଜ ବେଳେ ଯେତେବେଳେ ପିକ୍‌ନିକ୍‌ରୁ ଫେରିଲେ, ଏହି ସମୟରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଦେଖିବାକୁ ପାଇଥିଲେ। ଏହା ଦେଖି ଯୁବରାଜ ଉତ୍‌କ୍ଷିପ୍ତ ହୋଇ ଉଭୟଙ୍କୁ ଗାଳି ଦେଇଥିଲେ। ଘଟଣା ଧରାପଡ଼ିଯିବା ଭୟରେ ମଙ୍ଗୁ ଓ ତାଙ୍କ ପ୍ରେମିକ ମିଶି ଯୁବରାଜଙ୍କୁ ପିଟିପିଟି ଘର ଭିତରେ ହତ୍ୟା କରିଥିଲେ। ପରେ ରକ୍ତାକ୍ତ ମରଶରୀରକୁ ବେଡ୍‌ସିଟ୍‌ରେ ଗୋଡ଼ାଇ ଏକ ଘରେ ଲୋଚାଇ ରଖିଥିଲେ। ତା’ପରେ ରକ୍ତାକ୍ତ ଚଟାଣକୁ ପାଣି ଢ଼ାଳି ସଫା କରିଦେଇଥିଲେ। ସେହି ରାତିରେ ମଙ୍ଗୁ ଓ ତାଙ୍କ ପ୍ରେମିକ ମୃତଦେହକୁ ନେଇ ଗଜପତି ଜିଲ୍ଲା ଅଡବା ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇ ଆସିଥିଲେ। ଏହା ପରେ ମଙ୍ଗୁ କିଛି ନଜାଣିଲା ପରେ ଘରକୁ ଫେରି ଆସିଥିଲେ। ତା’ପରଦିନ ସକାଳେ ସ୍ୱାମୀ ନିଖୋଜ ନେଇ ସେ ମୁନିଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ଅନ୍ୟପକ୍ଷରେ ଅଡବା ପୁଲିସ ରାସ୍ତା ପାର୍ଶ୍ୱରୁ ଏକ ମୃତଦେହ ଜବତ କରି ମୁନିଗୁଡ଼ା ଥାନାକୁ ଖବର ଦେଇଥିଲେ। ମୁନିଗୁଡ଼ା ଥାନା ପୁଲିସ ଯୁବରାଜଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଗାଁରେ ରହୁଥିବା ଯୁବରାଜଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନି ଥିଲେ। ମୃତ ଯୁବରାଜଙ୍କ ପାଖରୁ ବେଡ୍‌ସିଟ୍‌ ଓ ଅନ୍ୟାନ୍ୟ ଜିନିଷପତ୍ର ମିଳିଥିଲା। ସେହିଦିନ ସଞ୍ଜ ବେଳେ ପୁଲିସ ମଙ୍ଗୁ ରହୁଥିବା ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଘର ଭିତରେ ଏକ କୋଣରୁ ରକ୍ତ ଛିଟା ପାଇଥିଲା। ଯେଉଁଥିରୁ ହତ୍ୟା ନେଇ ସୁରାକ ପୁଲିସକୁ ମିଳିଥିଲା। ପରେ ପୁଲିସ ମଙ୍ଗୁକୁ ଧରି ଜେରା କରିବାରୁ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ଏବେ ମଙ୍ଗକୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ