Advertisment

ବାତ୍ୟାର ନାଁ ୟାସ୍ କାହିଁକି?

ଏବେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଥିବା ବାତ୍ୟାର ନାଁ ୟାସ୍ କାହିଁକି? ଏହି ନାଁ କିଏ ଦେଇଛି, ଏହାର ଅର୍ଥ କଣ? ବଙ୍ଗୋପସାଗର ଓ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିଝଡ଼ର ନାମକରଣ ପାଇଁ ୧୩ଟି ଦେଶ ଦ୍ୱାରା ପ୍ରସ୍ତାବିତ ଏକ ନିର୍ଦ୍ଦିଷ୍ଟ ତାଲିକା ରହିଛି

ବାତ୍ୟାର ନାଁ ୟାସ୍ କାହିଁକି?

cyclone

Advertisment

ଭୁବନେଶ୍ୱର: ଏବେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଥିବା ବାତ୍ୟାର ନାଁ ୟାସ୍ କାହିଁକି? ଏହି ନାଁ କିଏ ଦେଇଛି, ଏହାର ଅର୍ଥ କଣ? ବଙ୍ଗୋପସାଗର ଓ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିଝଡ଼ର ନାମକରଣ ପାଇଁ ୧୩ଟି ଦେଶ ଦ୍ୱାରା ପ୍ରସ୍ତାବିତ ଏକ ନିର୍ଦ୍ଦିଷ୍ଟ ତାଲିକା ରହିଛି। ୨୦୨୦ରେ ଆସିଥିବା ବାତ୍ୟା ଅଂପନ୍ ପରେ, କାର୍ଯ୍ୟକାରୀ ହେଉଥିବା ନୂଆ ତାଲିକାରେ ରହିଛି ୧୬୯ଟି ବାତ୍ୟାର ନାଁ। ତାଉତେକୁ ମିଶାଇ ଏଥିରୁ ୫ଟି ନାଁ ପୂର୍ବରୁ ବ୍ୟବହାର ହୋଇସାରିଥିବା ବେଳେ, ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାଁକୁ ଓମାନର ପ୍ରସ୍ତାବ ଅନୁସାରେ ୟାସ୍ ରଖାଯାଇଛି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ଏହାର ଅର୍ଥ ଯାଶ୍ମିନ୍ ବା ଯୁଇ ଭଳି ଏକ ସୁଗନ୍ଧୀ ବୃକ୍ଷ। ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବାକୁ ଥିବା ପରବର୍ତ୍ତୀ ଝଡ଼ର ନାଁ ପାକିସ୍ତାନର ପ୍ରସ୍ତାବ ଅନୁସାରେ ଗୁଲାବ୍ ରହିବ। ତେବେ ଭାରତ ପକ୍ଷରୁ ପ୍ରସ୍ତାବିତ ପ୍ରଥମ ନାଁ ଗତି ପୂର୍ବରୁ ବ୍ୟବହାର ହୋଇସାରିଥିବା ବେଳେ, ପରବର୍ତ୍ତୀ ୧୨ଟି ନାଁ ହେଉଛି ତେଜ୍, ମୁରସୁ, ଆଗ୍, ବ୍ୟୋମ, ଝର, ପ୍ରବାହ, ନୀର, ପ୍ରଭଞ୍ଜନ, ଘୂର୍ଣ୍ଣି, ଅମ୍ବୁଦ, ଜଳଧି ଓ ବେଗ ରହିବ ବୋଲି ସୂଚନା ମିଳିଛି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ