Advertisment

BJD Internal Politics: କାହିଁକି ଅଚାନକ ୨ MLAଙ୍କ ଉପରେ ଆକ୍ସନ୍, ଚର୍ଚ୍ଚାରେ ୪ଟି ଥିଓରି

୨ MLAଙ୍କୁ କାଢ଼ିଲେ, ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକର ଷ୍ଟାମ୍ପ ବି ମାରିଲେ। ଅରବିନ୍ଦ ଓ ସନାଙ୍କ ବିରୋଧରେ ବିଜେଡିର ଆକ୍ସନକୁ ନେଇ ହଟଚମଟ। ପ୍ରମାଣ ମାଗିବା ସହ ଚାଲେଞ୍ଜ୍ କଲେ ଅରବିନ୍ଦ ମହାପାତ୍ର।

author-image
Pramod Behera
BJD Internal Politics

କାହିଁକି ଅଚାନକ ୨ MLAଙ୍କ ଉପରେ ଆକ୍ସନ୍ Photograph: (OTV)

ଅରବିନ୍ଦ ଓ ସନାଙ୍କୁ ନିଲମ୍ବନ। ନବୀନଙ୍କ ଆକ୍ସନ ପରେ ଦଳରେ ବଡ଼ ହଟଚମଟ। ବିଜେଡିର ଏହି ବଡ଼ ନିଷ୍ପତ୍ତି ପରେ ରାଜ୍ୟସଭା ରେସ୍ଠୁ ନେଇ ବିଜୟ ମହାପାତ୍ରଙ୍କ ଚର୍ଚ୍ଚିତ ନୂଆ ଦଳ ସମୀକରଣ ମୂଳ କାରଣ ବୋଲି କୁହାଯାଉଛି। ମାତ୍ର ପ୍ରଶ୍ନ ହେଉଛି ଦଳରେ ମାଳ ମାଳ ଅମାନିଆ ଥିବାବେଳେ ଏ ଦୁଇ ବିଧାୟକଙ୍କୁ କାହିଁକି ନିଲମ୍ବନ କଲେ ନବୀନ ? ରାଜନୈତିକ ସମୀକ୍ଷକଙ୍କ ମତ ହେଲା ନୂଆ ଦଳ ଗଠନ ପ୍ରକ୍ରିୟାରେ ଅନେକ ବିଜେଡି ନେତା ସାମିଲ ହେବା ଆଶଙ୍କାରେ ତାକୁ ଚେକ୍ ଦେବାକୁ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ଶଙ୍ଖପତି।

Advertisment


ବିରୋଧୀ ଦଳରେ ଥାଇ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯିବା ଭଳି ରାଜ୍ୟ ରାଜନୀତିର ବିରଳ ଘଟଣାକୁ ନେଇ ବିଜେଡି ଭିତରେ ଯେତିକି ଚର୍ଚ୍ଚା ବାହାରେ ବି ସେତିକି। ଅରବିନ୍ଦ କହିଲେ ଦୁର୍ନୀତି ଓ ବିଶ୍ବାସକଘାତକତାର ପ୍ରମାଣ ଦିଅ। ସନା କହିଲେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ। ତେବେ ନବୀନଙ୍କ ଏହି ମୁଭ୍ ପଛର ୪ ସମ୍ଭାବ୍ୟ ଥିଓରୀ ଥାଇପାରେ। 

ପ୍ରଥମଟି ହେଉଛି, ଏହି ଆକ୍ସନ ମାଧ୍ୟମରେ ନେତୃତ୍ୱ ବିରୋଧୀ ମୁଖର ନେତାଙ୍କ ମୁହଁରେ ତୁଣ୍ଡି ବାନ୍ଧିବା। ହେଲେ ଯଦି ଏହା ହିଁ ଉଦ୍ଦେଶ୍ୟ, ତାହେଲେ ମେଳି କରୁଥିବା ନେତାଙ୍କ ଉପରେ ଆକ୍ସନ୍ କାହିଁକି ନାହିଁ? ସାଂସଦ ଦେବାଶିଷ ସାମନ୍ତରାୟ, ବିଧାୟକ ବଦ୍ରି ପାତ୍ର, ରାଜା ସ୍ବାଇଁ, ଅରୁଣ ସାହୁ ଦଳ ପରିଚାଳନାକୁ ନେଇ ବିଭିନ୍ନ ସମୟରେ ଖୋଲାଖୋଲି ବର୍ଷିଛନ୍ତି। ସମ୍ବିତ, ରୁଦ୍ର, ପ୍ରଣବ ବଳ ବନ୍ତରାୟ, ଚନ୍ଦ୍ରସାରଥୀ ବେହେରା, ଅଂଶୁମାନ ମହାନ୍ତିଙ୍କ ଭଳି ପରାଜିତ ନେତା ବି ମେଳି କରି ନେତୃତ୍ୱକୁ ଚାଲେଞ୍ଜ ଦେଇ ଚାଲିଛନ୍ତି। ହେଲେ ନବୀନ ଚୁପ୍। 

Advertisment

ଦ୍ୱିତୀୟ ଥିଓରୀ- ଖାଲି ପଡୁଥିବା ୪ ରାଜ୍ୟ ସଭା ଆସନ ଭିତରୁ ଚତୁର୍ଥ ଆସନ ପାଇଁ ଡିଲ୍। ତୃତୀୟଟି ହେଲା- ମୁଖିଆ ନବୀନ କି ଦଳ ବିରୋଧରେ କହିଲେ ଚଳିବ, ହେଲେ ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିଲେ ମୁଣ୍ଡ ଗଡ଼ିବ। ବିଧାନସଭାରେ ଅରବିନ୍ଦ ମହାପାତ୍ର, ପାଣ୍ଡିଆନଙ୍କୁ ଇଙ୍ଗିତ କରି ଶାସକ ଦଳକୁ ଉସକାଇ କହିଥିଲେ ଯଦି ସାହସ ଅଛି ତେବେ ବାନ୍ଧ ବୋଲି। କଣ ଏଇଥିପାଇଁ ତାଙ୍କ ଉପରେ ଆକ୍ସନ୍?

ଆଉ ଚତୁର୍ଥ ଥିଓରୀ କହୁଛି ବିଜୟ ମହାପାତ୍ର କିଛି ବଡ଼ ସମୀକରଣ ଅର୍ଥାତ୍ ନୂଆ ଦଳ ଉଦ୍ୟମରେ ଥିଲେ କି, ଯେଉଁଥିପାଇଁ ଶିକାର ହେଲେ ପୁଅ ଅରବିନ୍ଦ। ଅନ୍ୟପଟେ ବିଜୟ ମହାପାତ୍ର କହିଛନ୍ତି ଏହା ପଛରେ ଷଡଯନ୍ତ୍ର ରହିଛି। ପୁଅ ଅରବିନ୍ଦ କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟର ପ୍ରମାଣ ଦିଅନ୍ତୁ ନବୀନ ବାବୁ।

ଦୁଇ ବିଧାୟକଙ୍କୁ ନିଲମ୍ବନର ନିର୍ଦ୍ଦିଷ୍ଟ କାରଣ ସଂପର୍କରେ ପ୍ରଥମେ କେହି ମୁହଁ ଖୋଲି ନଥିଲା ବେଳେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କିନ୍ତୁ ସବୁ ଖୋଲି ଦେଇଥିଲେ। କହିଥିଲେ ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକଙ୍କ ପାଇଁ ଦଳରେ ସ୍ଥାନ ନାହିଁ। ଆଗରୁ ଆକ୍ସନ ନିଆଯାଇଥିଲା ଏବେବି ନିଆଯାଉଛି। ଆଉ ଆଜି ଅତନୁଙ୍କୁ କାଉଣ୍ଟର କରି ବରିଷ୍ଠ ନେତା ରବି ପାଣି କହିଛନ୍ତି, ଯେଉଁମାନେ ବିଶ୍ୱାସଘାତକ ଓ ଦୁର୍ନୀତିଗ୍ରସ୍ତ କଥା କହୁଛନ୍ତି ସେମାନେ ମେ ୨୯ରେ କଣ କରିଥିଲେ। ନବୀନ ବାବୁଙ୍କ ସବୁବେଳେ ନିଜ ଛାଇକୁ ବି ଭୟ କରନ୍ତି।


ଏବେ ଦେଖିବାର କଥା ବିଜେଡ଼ିରେ ବିଦ୍ରୋହ ମୁହାଁ ନେତାଙ୍କ ପାଇଁ ନବୀନଙ୍କ ପୁଣି ଏ ମୁଣ୍ଡଗଡ଼ା ନୀତି କେତେ କାଟୁ କରୁଛି।

Odisha News Naveen Patnaik Odisha Politics
Advertisment
Advertisment