Advertisment

ସବୁ ଦଳରେ ଛକାପଞ୍ଝା: ବଳକା ଆସନରେ କେଉଁ ଦଳ କାହାକୁ କରିବ ପ୍ରାର୍ଥୀ

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ପ୍ରାର୍ଥୀ ଘୋଷଣାକୁ ନେଇ ସବୁ ଦଳରେ ଛକାପଞ୍ଝା ଲାଗି ରହିଛି। ଏବେ ବି ତିନି ପ୍ରମୁଖ ଦଳ ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେଡି ଏଯାଏ ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏହି ସବୁ ଆସନରେ ବିବାଦ ଥିବାରୁ ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରେ କସରତ ଚାଲିଛି। ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବ […]

ସବୁ ଦଳରେ ଛକାପଞ୍ଝା: ବଳକା ଆସନରେ କେଉଁ ଦଳ କାହାକୁ କରିବ ପ୍ରାର୍ଥୀ

10Flags

Advertisment

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ପ୍ରାର୍ଥୀ ଘୋଷଣାକୁ ନେଇ ସବୁ ଦଳରେ ଛକାପଞ୍ଝା ଲାଗି ରହିଛି। ଏବେ ବି ତିନି ପ୍ରମୁଖ ଦଳ ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିନାହାନ୍ତି।

Advertisment

ବିଜେଡି ଏଯାଏ ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏହି ସବୁ ଆସନରେ ବିବାଦ ଥିବାରୁ ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରେ କସରତ ଚାଲିଛି। ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଚାଲିଛି। ସେହିଭଳି ୧୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ଆଠମଲ୍ଲିକ, ଚମ୍ପୁଆ, ପାଲଲହଡା, ଖଣ୍ଡପଡା, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଯାଜପୁର, କୋରେଇ, କେନ୍ଦ୍ରାପଡ଼ା ଓ ବାରିପଦାରେ ଦଳ କାହାକୁ ଟିକେଟ୍ ଦେବ ଏଯାଏ ସ୍ଥିର ହୋଇନାହିଁ।

ଗତକାଲି ୯ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା।  ହେଭିୱେଟ୍ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏଥରୁ ବାଦ୍ ପଡ଼ିଛନ୍ତି। ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଳ ହାଁସଦାଙ୍କୁ ମଧ୍ୟ ଏଥର ଟିକେଟ୍ ମିଳିନାହିଁ।

Advertisment

ଅନ୍ୟପକ୍ଷରେ ଟିକେଟ ବଣ୍ଟନକୁ ନେଇ କଂଗ୍ରେସରେ ମଧ୍ୟ ଛକାପଞ୍ଝା ଲାଗି ରହିଛି। ଦଳ ଏଯାଏ ୩ଟି ଲୋକସଭା ଆସନ ଓ ୨୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଦଳ ମଧ୍ୟ ଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। କଂଗ୍ରେସ ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କୁ ଦଳୀୟ କାର୍ଯ୍ୟାଳୟରେ ଦୁର୍ବବ୍ୟହାର ଥାନାରେ ଯାଇ ପହଞ୍ଚିଛି। ଘଟଣାର ତଦନ୍ତ ପାଇଁ ତିନି ଜଣିଆ କମିଟିର ଗଠନ ହୋଇଥିଲେ ମଧ୍ୟ ଅସନ୍ତୋଷ ଥମିବାର ନା ନେଉନାହିଁ। ଏପରିକି ସୁମିତ୍ରା ନ୍ୟାୟ ଦାବିରେ ଧାରଣା ମଧ୍ୟ ଦେଇଛନ୍ତି।

ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ଘସିପୁରା ଓ ଭଣ୍ଡାରୀପୋଖରୀ ଆସନରୁ ଲଢ଼ିବେ ବୋଲି କହିଛନ୍ତି। ଆଜି ସେ ଘସିପୁରା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ବାକି ଥିବା ଆସନ ପାଇଁ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Advertisment

ବିଜେପି ପକ୍ଷରୁ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଚମ୍ପୁଆ, ଭୋଗରାଇ, ବସ୍ତା, କେନ୍ଦ୍ରାପଡା ଓ ନିଆଳି ଆସନ ପାଇଁ ବିଜେପି କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏଥିସହ ଜଗତସିଂହପୁର ଲୋକସଭା ଆସନ ପାଇଁ ମଧ୍ୟ ବିଜେପି ପକ୍ଷରୁ କାହାର ନାଁ ଘୋଷଣା କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ