Advertisment

ଅମିତ ଶାହ ନେବେ ଚୂଡ଼ାନ୍ତ ନିଷ୍ପତ୍ତି, ସେ ବାଛିବେ ବିରୋଧୀଦଳ ନେତା !

ଭୁବନେଶ୍ୱର: ଝୁଲି ରହିଲା ବିରୋଧୀ ଦଳ ନେତା ଚୟନ ନିଷ୍ପତ୍ତି। ବିରୋଧୀ ଦଳ ନେତା କିଏ ହେବେ, ସେ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଛାଡ଼ି ଦେଇଛନ୍ତି ବିଧାୟକ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନେତା ଚୟନ ପାଇଁ ବୈଠକ ବସିଥିଲେ ବି ଏଥିରେ ଜଣଙ୍କ ନାଁକୁ ନେଇ ସହମତି ହୋଇପାରି ନାହିଁ। ଜୟନାରୟଣ ମିଶ୍ର, ପ୍ରଦୀପ୍ତ ନାଏକ ଓ ମୋହନ ମାଝୀଙ୍କ ନାଁକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିଲେ ବି […]

ଅମିତ ଶାହ ନେବେ ଚୂଡ଼ାନ୍ତ ନିଷ୍ପତ୍ତି, ସେ ବାଛିବେ ବିରୋଧୀଦଳ ନେତା !

sahanka-nispati

Advertisment

ଭୁବନେଶ୍ୱର: ଝୁଲି ରହିଲା ବିରୋଧୀ ଦଳ ନେତା ଚୟନ ନିଷ୍ପତ୍ତି। ବିରୋଧୀ ଦଳ ନେତା କିଏ ହେବେ, ସେ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଛାଡ଼ି ଦେଇଛନ୍ତି ବିଧାୟକ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନେତା ଚୟନ ପାଇଁ ବୈଠକ ବସିଥିଲେ ବି ଏଥିରେ ଜଣଙ୍କ ନାଁକୁ ନେଇ ସହମତି ହୋଇପାରି ନାହିଁ। ଜୟନାରୟଣ ମିଶ୍ର, ପ୍ରଦୀପ୍ତ ନାଏକ ଓ ମୋହନ ମାଝୀଙ୍କ ନାଁକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିଲେ ବି କିଏ ନେତା ହେବେ ସେ ନେଇ ସସ୍ପେନସ ଜାରି ରହିଛି। ତେବେ କେଉଁ ପ୍ରସଙ୍ଗକୁ ନେଇ ବିଧାନସଭାରେ ଦଳ ସରକାରଙ୍କୁ ଘେରିବ ସେ ନେଇ ଆଲୋଚନା ହୋଇଛି।

Advertisment

ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ସହ ସାଂସଦ ଜୁଏଲ୍ ଓରାମ ବୈଠକରେ ଉପସ୍ଥିତ ଥିଲେ ବି ନେତା ଚୟନ ହୋଇପାରି ନାହିଁ। ବୈଠକ ପରେ ବିଧାୟକ ବିଷ୍ଣୁ ସେଠୀ କହିଲେ ବିଧାୟକମାନେ ରାଷ୍ଟ୍ରୀୟ ସଭାପତିଙ୍କୁ ନେତା ଚୟନ ପାଇଁ ଅଧିକୃତ କଲେ ତେବେ କେଉଁ କେଉଁ ପ୍ରସଙ୍ଗକୁ ନେଇ ଦଳ ସରକାରଙ୍କୁ ଘେରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ପ୍ରାର୍ଥୀ ଚୟନ ସରିଛି, ରାଷ୍ଟ୍ରୀୟ ସଭାପତି ଘୋଷଣା କରିବେ।

ଏପଟେ ଗୋଟିଏ ଦିନ ପରେ ବିଧାନସଭାର ବଜେଟ୍ ଅଧିବେଶନ। ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବ। ତେବେ ମେ ୨୩ରୁ ଫଳାଫଳ ଆସିଥିଲେ ବି ବିଜେପି ଏ ପର୍ଯ୍ୟନ୍ତ ନେତା ଚୟନ କରିପାରିନି । ରେସ୍‌ରେ ଆଗରେ  ଅଛନ୍ତି ୪ ଥରର ବିଧାୟକ ଜୟନରାୟଣ ମିଶ୍ର। ତାଙ୍କ ପଛକୁ ଚତୁର୍ଥ ଥର ପାଇଁ ଜିତଥିବା ପ୍ରଦୀପ୍ତ ନାଏକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ତେବେ ଏ ଦୁଇଜଣଙ୍କ ବାଦ୍ ୩ ଥରର ବିଧାୟକ ମୋହନ ମାଝୀ ବି ବିରୋଧୀ ଦଳ ନେତା ପାଇଁ ଦାବିଦାର ଥିବା କୁହାଯାଉଛି

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ