Advertisment

ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନ: ନବୀନଙ୍କ ପରେ ବିଜେଡି ଚେହେରା କିଏ?

ଭୁବନେଶ୍ୱର: ନବୀନଙ୍କ ପରେ ବିଜେଡି ଚେହେରା କିଏ?  ଏହି ପ୍ରଶ୍ନ କରିଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। OTVକୁ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଏକ୍ସକ୍ଲୁସିଭ୍ ମନ୍ତବ୍ୟ ଦେଇ କହିଛନ୍ତି ଯେ ନବୀନଙ୍କ ପରେ ବିଜେଡି ଚେହେରା କିଏ? ନବୀନଙ୍କୁ ଦେଖି ଲୋକ ଭୋଟ ଦେଇଛନ୍ତି, ବାବୁଙ୍କୁ ଦେଖି ନୁହେଁ। ନବୀନ ଥରେ ବାହାରକୁ ଆସନ୍ତୁ, ଲୋକଙ୍କ ସମସ୍ୟା ବୁଝନ୍ତୁ। ସେ କହିଛନ୍ତି, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ […]

ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନ: ନବୀନଙ୍କ ପରେ ବିଜେଡି ଚେହେରା କିଏ?

purandeswari-and-naveen

Advertisment

ଭୁବନେଶ୍ୱର: ନବୀନଙ୍କ ପରେ ବିଜେଡି ଚେହେରା କିଏ?  ଏହି ପ୍ରଶ୍ନ କରିଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। OTVକୁ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଏକ୍ସକ୍ଲୁସିଭ୍ ମନ୍ତବ୍ୟ ଦେଇ କହିଛନ୍ତି ଯେ ନବୀନଙ୍କ ପରେ ବିଜେଡି ଚେହେରା କିଏ? ନବୀନଙ୍କୁ ଦେଖି ଲୋକ ଭୋଟ ଦେଇଛନ୍ତି, ବାବୁଙ୍କୁ ଦେଖି ନୁହେଁ। ନବୀନ ଥରେ ବାହାରକୁ ଆସନ୍ତୁ, ଲୋକଙ୍କ ସମସ୍ୟା ବୁଝନ୍ତୁ।

Advertisment

ସେ କହିଛନ୍ତି, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ ଆସୁନାହାନ୍ତି ଅଥଚ ୪୦୦, ୫୦୦ କିମି ଦୂର ସ୍ଥାନକୁ ଯାଉଛନ୍ତି। ଶିମିଳିପାଳରେ ନିଆଁ ଲାଗିଥିଲା ବେଳେ ଶାସକ ଦଳ ବିଧାୟକ ସେଠାରେ ଖେଳକୁଦ ଆୟୋଜନ କରୁଛନ୍ତି।

ପିପିଲି ଉପନିର୍ବାଚନ ପ୍ରସଙ୍ଗରେ OTVକୁ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଏକ୍ସକ୍ଲୁସିଭ୍ ମନ୍ତବ୍ୟ: କହିଲେ- ସବୁ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଷ୍ଟ୍ରାଟେଜି କରାଯିବ, ଆମର ପୂର୍ଣ୍ଣ ବିଶ୍ୱାସ ଆମେ ଜିତିବୁ, ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିଷୟରେ ଲୋକଙ୍କୁ ଅବଗତ କରିବୁ, ଏଠି ମହିଳାଙ୍କ ପ୍ରତି ଅତ୍ୟାଚାର, ଶିଶୁ ତସ୍କରୀ କ୍ରମାଗତ ବଢ଼ିଚାଲିଛି।
Advertisment

ସେହିପରି ବେଙ୍ଗଲ, ଆସାମ ନିର୍ବାଚନ ପ୍ରସଙ୍ଗରେ କହିଛନ୍ତି ଯେ ଆମର ପୂରା କାର୍ଯ୍ୟକର୍ତ୍ତା ହେଉଛନ୍ତି ଆମ ନେତା। ସେଠି ପରିବାରବାଦ ଚାଲୁଛି, ଆମର କାର୍ଯ୍ୟକର୍ତ୍ତାବାଦ ଚାଲେ। ଆସାମ, ବେଙ୍ଗଲରେ ଆମେ ଭଲ ବିଜୟ ହାସଲ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ