Advertisment

ବାଟବଣା ହେଉଛି କି ସରକାରଙ୍କ ମାଳ ମାଳ ଯୋଜନା?

ଅସହାୟ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଘର ଯୋଗାଇଦେବା ପାଇଁ ସରକାରଙ୍କର ରହିଛି ବିଜୁପକ୍କା ଘର ଏବଂପ୍ରଧାନମନ୍ତ୍ରୀ ଆବାସ ଯୋଜନା।

author-image
Sarbeswar
ବାଟବଣା ହେଉଛି କି ସରକାରଙ୍କ ମାଳ ମାଳ ଯୋଜନା?

Ali

  • କୁଆଡ଼େ ଯାଉଛି ସରକାରଙ୍କ ମାଳ ମାଳ ଯୋଜନା?
  • ବାଟବଣା ହେଉଛି ନାଁ କିଏ ଜାଣିଶୁଣି କରୁଛି?
Advertisment

ଆଳି(ବନମାଳୀ ସାହୁ): ଅସହାୟ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଘର ଯୋଗାଇଦେବା ପାଇଁ ସରକାରଙ୍କର ରହିଛି ବିଜୁପକ୍କା ଘର ଏବଂପ୍ରଧାନମନ୍ତ୍ରୀ ଆବାସ ଯୋଜନା। ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନାହିଁ ଏହି ସବୁ ଯୋଜନାର  ଲାଭ। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପାଳିମି ପଂଚାୟତରେ ଅନେକ ଗରିବ ଲୋକଙ୍କୁ ମିଳିନି ସରକାରୀ ଯୋଜନା।ଏନେଇ ବ୍ଲକ ପ୍ରଶାସନକୁ ବାରମ୍ବାର ଆଭିଯୋଗକଲେବି କିଛି ସୁଫଳ ମିଳୁନଥିବା ଲୋକେ ଆଭିଯୋଗ କରିଛନ୍ତି।

ଝାଟି ମାଟି ଚାଳ ଛପର ଘର। ଛପର ଉଡିଯାଇ ଥିବାରୁ ଘର ଉପରେ ପାଲ ଟାଣି ରହୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପାଳିମି ପଂଚାୟତ ୩ନମ୍ବର ୱାଡ଼ର  କଳ୍ପନା ମଳିକଙ୍କ ପରିବାର। ପ୍ରତିଦିନସ୍ୱାମୀ ମୂଲ ଲାଗିଲେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଆଜି ଯାଏଁ ଆବାସ ଟିଏ ମିଳିପାରିନଥିବା ଅଭିଯୋଗ ହୋଇଛି। ସେହିପରି ଏହେଉଛି ୭ନମ୍ବର ୱାର୍ଡର ବାସିନ୍ଦା ସାବିତ୍ରୀ ସେଠି। ସ୍ୱାମୀ ଓ ଭିନ୍ନକ୍ଷମ ପୁଅକୁ ନେଇ ଗୋଟିଏ ଭଙ୍ଗା କୁଡ଼ିଆରେ ବସବାସ କରୁଛନ୍ତି। ଆବାସ ପାଇଁ ବାରମ୍ବାର ଆବେଦନ କରିଛନ୍ତି ସେ। ହେଲେ ତାଙ୍କ ଅଭିଯୋଗ ମଧ୍ୟ ନାଲି ଫିତା ତଳେ ରହିଯାଇଛି। ଏହି ଦୁଇ ଜଣଙ୍କ ପରି ୧ନମ୍ବର ୱାର୍ଡର ସୁକାନ୍ତି ମଳିକଙ୍କର ବି ସମାନ ଅବସ୍ଥା। ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଏମାନଙ୍କୁ ଆବାସ କିମ୍ବା ବିଜୁ ପକା ଘର ଯୋଜନାରେ ସାମଲି କରାଯାଇନଥିବା ଅଭିଯୋଗ ହୋଇଛି।

Advertisment

ପାଳିମି ପଂଚାୟତରେ ଅନେକ ଗରିବ ଲୋକ ଥିଲେ ମଧ୍ୟ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ମିଳି ପାରିନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପୂର୍ବରୁ ଯେଉଁ ତାଲିକା ପ୍ରସ୍ତୃତ ହୋଇଥିଲା ତାହା ତ୍ରୁଟି ଥିବାରୁ ଆଜକୁ ୪ବର୍ଷ ହେବ ପଂଚାୟତରେ କାହାରିକୁ  ବ୍ଲକ ପ୍ରଶାସନ ପକ୍ଷରୁ ଘର ଖଣ୍ଡିଏ ଦିଆଯାଇନଥିବା ସରପଞ୍ଚ କହିଥିବା ବେଳେ ଏନେଇ କୌଣସି ଅଭିଯୋଗ ମିଳିନାହିଁ। ଯୋଗ୍ୟ ହିତାଧିକାରୀ ଆବେଦନ କଲେ  ଖୁବ ଶୀଘ୍ର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ଆଳି ବିଡ଼ିଓ କହିଛନ୍ତି।ଉଭୟକେନ୍ଦ୍ର ଓ ରାଜ୍ୟସରକାରଙ୍କର ଅନେକ ଆବାସ ଯୋଜନା ରହିଛି। ହେଲେ ଆଜି ବି ଯୋଗ୍ୟ ହିତାଧିକାରୀ ମାନେ ସେଥିରୁ ବାଦ ପଡୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ମାଳ ମାଳ ଯୋଜନା କେଉଁଥି ପାଇଁ ଓ କାହା ପାଇଁ ରହିଛି।

Advertisment
Advertisment