Advertisment

ରାଜ୍ୟରେ କଣ ରହିବ ଅନଲକ୍‌ ପ୍ରକ୍ରିୟାର ରୂପରେଖ?

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଲଗାତାର ଖସିଚାଲିଛି ଟେଷ୍ଟ ପଜିଟିଭିଟି ରେଟ୍। ତେଣୁ ଜୀବିକାକୁ ଗୁରୁତ୍ୱ ଦେଇ ଧିରେ ଧିରେ ଅନଲକ୍ ପ୍ରକ୍ରିୟାକୁ ଯିବ ରାଜ୍ୟ। ବଡ଼ ପ୍ରଶ୍ନ ରାଜ୍ୟରେ କଣ ରହିବ ଅନଲକ୍‌ ପ୍ରକ୍ରିୟାର ରୂପରେଖ। କେଉଁ କେଉଁ…

ଅଦ୍ୟତନ ହୋଇଛି
ରାଜ୍ୟରେ କଣ ରହିବ ଅନଲକ୍‌ ପ୍ରକ୍ରିୟାର ରୂପରେଖ?

unlock

Advertisment

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଲଗାତାର ଖସିଚାଲିଛି ଟେଷ୍ଟ ପଜିଟିଭିଟି ରେଟ୍। ତେଣୁ ଜୀବିକାକୁ ଗୁରୁତ୍ୱ ଦେଇ ଧିରେ ଧିରେ ଅନଲକ୍ ପ୍ରକ୍ରିୟାକୁ ଯିବ ରାଜ୍ୟ। ବଡ଼ ପ୍ରଶ୍ନ ରାଜ୍ୟରେ କଣ ରହିବ ଅନଲକ୍‌ ପ୍ରକ୍ରିୟାର ରୂପରେଖ। କେଉଁ କେଉଁ ଜିଲ୍ଲାରେ କିଭଳି ଅନଲକ୍ ପ୍ରକ୍ରିୟା ଲାଗୁହେବ? ଏହା ଉପରେ ବିଚାର ବିମର୍ଷ ଜାରି ରଖିଛି ସ୍ୱାସ୍ଥ୍ୟ ବିଭାଗ। ବିଭାଗର ସୂଚନା ଅନୁସାରେ ୧୨ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ବା ୫ ପ୍ରତିଶତରୁ କମ୍ ରହିଛି। ଅର୍ଥାତ ଏସବୁ ଜିଲ୍ଲାରେ ପ୍ରତି ୧୦୦ ଜଣଙ୍କ କୋଭିଡ୍ ଟେଷ୍ଟରେ ୫ ଜଣରୁ କମ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି।

Advertisment

ସେହିପରି ୫ରୁ ୧୦ ପ୍ରତିଶତ ଟେଷ୍ଟ ପଜିଟିଭିଟି ରେଟ୍(ଟିପିଆର) ରହିଛନ୍ତି ୧୧ଟି ଜିଲ୍ଲା। ବଳକା ୭ ଜିଲ୍ଲାରେ ଏବେ ବି ୧୦ ପ୍ରତିଶତରୁ ଅଧିକ ଟେଷ୍ଟ ପଜିଟିଭିଟି ରେଟ୍ ରହିଛି। ୫ ପ୍ରତିଶତରୁ କମ୍ TPR ଥିବା ଜିଲ୍ଲାଗୁଡ଼ିକରେ ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟାକୁ ଯାଇପାରନ୍ତି। ସେପଟେ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ ଓ ମୟୁରଭଂଜ ଜିଲ୍ଲାରେ ପଜିଟିଭିଟି ରେଟ୍ ଏବେ ବି ୧୦ ପ୍ରତିଶତ ଉପରେ ରହୁଥିବାରୁ ଏସବୁ ଜିଲ୍ଲା ପାଇଁ କରାଯିବ ସ୍ୱତନ୍ତ୍ର ରଣନୀତି। ଏଠାରେ ଟେଷ୍ଟିଂ ସଂଖ୍ୟା ବଢ଼ାଯିବା ସହିତ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଯୋଜନା କରାଯାଇଛି।

ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସିଟିରେ ପର୍ଯ୍ୟାୟ କ୍ରମେ ଅନଲକ୍ ପ୍ରକ୍ରିୟା ଲାଗୁ ହୋଇସାରିଛି। ଦିଲ୍ଲୀରେ ଅଡ୍-ଇଭିନ୍ ଫର୍ମୁଲାରେ ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ଅର୍ଥାତ ଯୁଗ୍ମ-ଅଯୁଗ୍ମ ନମ୍ବର ଅନୁଯାୟୀ ଦୋକାନଗୁଡ଼ିକ ଦିନେ ଛାଡ଼ି ଦିନ ଖୋଲାଯାଉଛି। ତେବେ ଗଳି ଦୋକାନ ଓ ଗୋଟିକିଆ ଦୋକାନ ସବୁକୁ ସବୁଦିନ ଖୋଲିବାକୁ ଅନୁମତି ମିଳିଛି। ସେପଟେ ମହାରାଷ୍ଟ୍ରରେ ଲାଗୁ ହୋଇଛି ପଞ୍ଚ-ସ୍ତରୀୟ ଅନଲକ୍ ବ୍ୟବସ୍ଥା।

Advertisment

ପଜିଟିଭିଟି ରେଟ୍ ଓ ଅକ୍ସିଜେନେଟେଡ୍ ବେଡ୍‌ରେ ରୋଗୀ ସଂଖ୍ୟାକୁ ନେଇ ଲେଭଲ୍-୧ ରୁ ଲେଭେଲ୍-୫ ଚିହ୍ନଟ କରାଯାଇଛି। ଲେଭେଲ୍-୧ ଅଞ୍ଚଳ ପାଇଁ କମ୍ କଟକଣା ଥିବା ବେଳେ ଲେବେଲ୍-୫ ଅଞ୍ଚଳ ପାଇଁ ସବୁଠାରୁ କଡ଼ା କଟକଣା ଲାଗୁ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ମଧ୍ୟ ପର୍ଯ୍ୟାୟ କ୍ରମେ ଅନଲକ୍‌ କରାଯିବା ଉଚିତ୍ କିନ୍ତୁ କଟକଣା ନିହାତି ରହିବା ଆବଶ୍ୟକ। ଯେମିତିକି ମଲ୍, ପାର୍କ, ଜିମ୍, ଧାର୍ମିକ ଓ ଶିକ୍ଷା ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବା ଦରକାର। ତାସହ ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ଲକଡାଉନ, ଦୋକାନ ବଜାରର ପାଇଁ ଏସ୍ଓପି ଜାରି କରିବା, ସରକାରୀ ଓ ବେସରକାରୀ ଅଫିସ୍‌ରେ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବା ଉପରେ ଫୋକସ୍ ଦେବା ଦରକାର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଦ୍ୱିତୀୟ ଲହର ଆସିବା ପରେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ପ୍ରଥମ ଥର ଲାଗି ୫ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪, ୮୫୨ ପଜିଟିଭ୍। ତେବେ ମୃତକଙ୍କ ସଂଖ୍ୟା କିନ୍ତୁ କମୁନାହିଁ। ଗଲା ୨୪ ଘଣ୍ଟାରେ ସର୍ବାଧିକ ୪୭ ଜଣଙ୍କ ଜୀବନ ନେଇଛି ମହାମାରୀ।

Advertisment

ରିପୋର୍ଟ: ହରିହର ଚାନ୍ଦ

Odisha Unlock
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ