Advertisment

କଣ ରହିବ ସରକାରଙ୍କ ପାଇଁ ଟ୍ୱେଣ୍ଟି-ଟ୍ୱେଣ୍ଟି ଆହ୍ୱାନ ?

ଭୁବନେଶ୍ୱର: ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ପାଇଁ କଣ ରହିବ ସବୁଠୁ ବଡ଼ ଚ୍ୟାଲେଞ୍ଜ? ଉଚ୍ଛେଦ ପରେ ହାତକୁ ନିଆଯାଇଥିବା ପୁରୀ ଓ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ବାସ୍ତବ ରୂପ ଦେବା, 5T ପ୍ରଚାର ଭିତରେ ଦୁର୍ନୀତି ଓ ପିସି କାରାବାର ଉପରେ ଅଙ୍କୁଶ ଲଗାଇବା, ଭୋଟ୍‌ ଆଣିଥିବା ଫ୍ଲାଗ୍‌ସିପ୍‌ ଯୋଜନା ପାଇଁ ଅର୍ଥ ଯୋଗାଡ଼ କରିବା, ରାଜଧାନୀ ସମେତ ରାଉରକେଲା ସ୍ମାର୍ଟ ସିଟି ପାଇଁ ଅଟକି ଯାଇଥିବା ପ୍ରକଳ୍ପକୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ କଣ ରହିବ […]

କଣ ରହିବ ସରକାରଙ୍କ ପାଇଁ ଟ୍ୱେଣ୍ଟି-ଟ୍ୱେଣ୍ଟି ଆହ୍ୱାନ ?

naveen

Advertisment

ଭୁବନେଶ୍ୱର: ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ପାଇଁ କଣ ରହିବ ସବୁଠୁ ବଡ଼ ଚ୍ୟାଲେଞ୍ଜ? ଉଚ୍ଛେଦ ପରେ ହାତକୁ ନିଆଯାଇଥିବା ପୁରୀ ଓ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ବାସ୍ତବ ରୂପ ଦେବା, 5T ପ୍ରଚାର ଭିତରେ ଦୁର୍ନୀତି ଓ ପିସି କାରାବାର ଉପରେ ଅଙ୍କୁଶ ଲଗାଇବା, ଭୋଟ୍‌ ଆଣିଥିବା ଫ୍ଲାଗ୍‌ସିପ୍‌ ଯୋଜନା ପାଇଁ ଅର୍ଥ ଯୋଗାଡ଼ କରିବା, ରାଜଧାନୀ ସମେତ ରାଉରକେଲା ସ୍ମାର୍ଟ ସିଟି ପାଇଁ ଅଟକି ଯାଇଥିବା ପ୍ରକଳ୍ପକୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ କଣ ରହିବ ୫ ବଡ଼ ଚ୍ୟାଲେଞ୍ଜ , ଆସନ୍ତୁ ଜାଣିବା।

Advertisment

publive-imageଚ୍ୟାଲେଞ୍ଜ ନମ୍ବର ୧: ୨୦୨୦ରେ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଶ୍ରୀମନ୍ଦିରର ଐତିହ୍ୟ କରିଡରକୁ ବାସ୍ତବ ରୂପ ଦେବା। ନୂଆ ବର୍ଷକୁ ସ୍ୱାଗତ କରିବା ପୂର୍ବରୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହ୍ୟ କରିଡରର ଏହି ମାଷ୍ଟର ପ୍ଲାନକୁ ରିଲିଜ୍ କରି ଲୋକଙ୍କ ମତାମତ ମାଗିଛନ୍ତି। ଶ୍ରୀମନ୍ଦିର ଚାରିପାଖର ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ସ୍ଥାନକୁ ସରକାର ନୂଆ ରୂପ ଦେବେ। ଉଚ୍ଛେଦ ପ୍ରକ୍ରିୟାକୁ ପ୍ରଥମରୁ ବିରୋଧ କରାଯାଇ ଥିଲେ ମଧ୍ୟ ଏବେ ସୁରୁଖୁରରେ କାମ ଆଗେଇ ଚାଲିଥିବାରୁ ସବୁ କାମକୁ ପ୍ଲାନ ଅନୁସାରେ ଶେଷ କରିବା ସରକାରଙ୍କ ପାଇଁ ଏକ ଆହ୍ୱାନ ହେବ। ସେମିତି ପ୍ରଭୁ ଲିଙ୍ଗରାଜ ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ ବି ଆଉ ଏକ ଚ୍ୟାଲେଞ୍ଜ। ଏଠି ବି ପ୍ରଥମରୁ ବିରୋଧାଭାଷ ଥିଲା। ତେବେ ଦୋକାନୀଙ୍କୁ ଉଚ୍ଛେଦ ପରେ ଥଇଥାନ ପରେ ଅସନ୍ତୋଷ ଥମିଛି। କିନ୍ତୁ ଚ୍ୟାଲେଞ୍ଜ ବଢିଛି।

publive-imageଚ୍ୟାଲେଞ୍ଜ ନମ୍ବର ୨:  ନିର୍ବାଚନ ପୂର୍ବରୁ ଦଳ ଓ ସରକାରଙ୍କ ଟ୍ରମ୍ପକାର୍ଡ ସାଜିଥିବା ‘କାଳିଆ’ ପାଇଁ ଅର୍ଥ ଯୋଗାଡ଼ ଏବେ ସରକାରଙ୍କ ଚିନ୍ତା ବଢାଇଛି। ଯେଉଁଥିପାଇଁ ବର୍ଷେ ତଳେ ନିଜେ କହିଥିବା କଥା ବି ରକ୍ଷା କରିପାରି ନାହାଁନ୍ତି ମୁଖ୍ୟମନ୍ତ୍ରୀ। ପିଏମ୍‌ କିଷାନ ସହ ‘କାଳିଆ’ ମିଶିଛି। ଏଣିକି ‘କାଳିଆ’ରେ ଆଉ ୧୦ ହଜାର ନୁହେଁ, ଚାଷୀଙ୍କୁ ମାତ୍ର ୪ ହଜାର ଟଙ୍କା ମିଳିବ। ‘କାଳିଆ’ ସହ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଓ ବିଜୁ ପକ୍କାଘର ଯୋଜନାକୁ ଆଗେଇ ନେବାର ଅର୍ଥ ମଧ୍ୟ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି। ବଢୁଥିବା ଋଣବୋଝ ଭିତରେ ନିର୍ବାଚନ ପୂର୍ବରୁ ଘୋଷଣା କରିଥିବା ସବୁ ଯୋଜନାକୁ ଠିକ ଢଙ୍ଗରେ କାର୍ଯ୍ୟକାରୀ କରିବା ସରକାରଙ୍କ ପାଇଁ ଆହ୍ୱାନ ଆଣିବ। ତେବେ ଏସବୁ ଭିତରେ ସରକାର ଘୋଷଣା କରିଥିବା ନୂଆ କୃଷିନୀତିରେ ଚାଷୀଙ୍କ ଆୟ ବଢାଇବା ହେବ ୨୦ର ବଡ଼ ଚ୍ୟାଲେଞ୍ଜ।

Advertisment

publive-imageଚ୍ୟାଲେଞ୍ଜ ନମ୍ବର ୩: ୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ବିଭାଗରେ 5T ଲାଗୁ କରିବାକୁ ଘୋଷଣା କରିଛନ୍ତି ସରକାର। ‘ମୋ ସରକାର’ ଓ 5T ର ଘନ ଘନ ପ୍ରଚାର ଭିତରେ ଦୁର୍ନୀତି ଓ ପିସି କାରବାର ଉପରେ ଅଙ୍କୁଶ ଲଗାଇବା ସହଜ ହୋଇନପାରେ।

publive-imageଚ୍ୟାଲେଞ୍ଜ ନମ୍ବର-୪: ଭୁବନେଶ୍ୱର ଓ ରାଉରକେଲାକୁ ସ୍ମାର୍ଟ ସିଟି କରିବାର ଘୋଷଣା ଅଧାପନ୍ତରିଆ ହୋଇ ରହିଛି। ୨୦୧୬ରୁ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରାଯିବାକୁ କୁହାଯାଇଥିଲେ ମଧ୍ୟ ସହର ଡ୍ରେନେଜ, ସ୍ମାର୍ଟ ଟ୍ରାଫିକ, ସ୍ମାର୍ଟ ପାର୍କିଂ, ସହର ସାରା ଓ୍ୱାଇଫାଇ, ଅପରାଧ ପ୍ରବଣ ଅଞ୍ଚଳରେ ସିସିଟିଭି ଲଗାଇବା କେବଳ ସ୍ଲୋଗାନରେ ସମୀତ ରହିଛି। ସ୍ମାର୍ଟ ଜନପଥ, ବସ୍ତି ବିହିନ ସହରର ସ୍ୱପ୍ନ ବାସ୍ତବ ରୂପ ନେଇନି।

Advertisment

publive-imageଚ୍ୟାଲେଞ୍ଜ ନମ୍ବର ୫: ୨୦୨୦ର ସବୁଠୁ ୨ ବଡ଼ ଇଭେଣ୍ଟର ଆୟୋଜନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆଣିବ। ଏବର୍ଷ ପଡୁଥିବା ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ବେଳେ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପାଇଁ ଆହ୍ୱାନ ଆଣିବ। ସେହିପରି ଏବର୍ଷ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲର ଆୟୋଜନ ଓ ୨୦୨୩ ବିଶ୍ୱକପ୍‌ ହକି ପାଇଁ ରାଉରକେଲାରେ ଭିତ୍ତିଭୂମି ସଜାଡିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆଣିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ