Advertisment

ଭୁଶୁଡ଼ିଲା କାନ୍ଥ: ମା' ମୃତ, ଝିଅ ଗୁରୁତର

କରଞ୍ଜିଆ: ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି। ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମିତି ଏହି ଅଘଟଣ ଘଟିଛି ମୟୂରଭଂଜ ଜିଲ୍ଲା ଶୁକୃଳି ବ୍ଲକ ମହିଳାସୁଳି ଗାଁରେ। ମାଆ ଝିଅ ଘରେ ଶୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଦୁର୍ବଳ କାନ୍ଥଟି ଭୁଶୁଡ଼ି ପଡ଼ଥିଲା। ଆଜି ଭୋରରେ ଏହି ଘଟଣା ଘଟିଛି। ଗାଁ ଲୋକେ ତୁରନ୍ତ ମାଟି ଭିତରୁ ମାଆ ନନ୍ଦିନୀ ମୁଣ୍ଡା ଓ ଝିଅ ଶ୍ରୀମତୀ ମୁଣ୍ଡାଙ୍କୁ […]

ଭୁଶୁଡ଼ିଲା କାନ୍ଥ: ମା' ମୃତ, ଝିଅ ଗୁରୁତର

karanjia

Advertisment

କରଞ୍ଜିଆ: ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି। ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମିତି ଏହି ଅଘଟଣ ଘଟିଛି ମୟୂରଭଂଜ ଜିଲ୍ଲା ଶୁକୃଳି ବ୍ଲକ ମହିଳାସୁଳି ଗାଁରେ। ମାଆ ଝିଅ ଘରେ ଶୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଦୁର୍ବଳ କାନ୍ଥଟି ଭୁଶୁଡ଼ି ପଡ଼ଥିଲା।

Advertisment

ଆଜି ଭୋରରେ ଏହି ଘଟଣା ଘଟିଛି। ଗାଁ ଲୋକେ ତୁରନ୍ତ ମାଟି ଭିତରୁ ମାଆ ନନ୍ଦିନୀ ମୁଣ୍ଡା ଓ ଝିଅ ଶ୍ରୀମତୀ ମୁଣ୍ଡାଙ୍କୁ ଉଦ୍ଧାର କରିଥିଲେ। ହେଲେ ୬୦ ବର୍ଷୀୟ ମାଆର ମୃତ୍ୟୁ ହୋଇ ଯାଇଛି। ଝିଅ ଶ୍ରୀମତୀ ମୁଣ୍ଡାଙ୍କୁ ପ୍ରଥମେ କରଞ୍ଜିଆ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ