/odishatv-khabar/media/post_attachments/uploadimage/library/16_9/16_9_0/vote-4_1626342594.jpg)
vote
ନୂଆପଡ଼ା(ମାୟାଧର ସରଫ) : ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୯ ନମ୍ବର ବୁଥ୍ରେ ଭୋଟ୍ ଦେବାକୁ ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ପ୍ରବର୍ତ୍ତାଉଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହାପରେ ସେଠାକାର ବିଜେପି ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏଠାରେ ପୁନଃ ମତଦାନ ପାଇଁ ଦାବି କରିଛନ୍ତି।
Advertisment
ସମ୍ପୃକ୍ତ ବ୍ୟକ୍ତି ଜଣକ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଏହି ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଏହି ଭିଡିଓ ଦେଖିବା ପରେ ବିଜେପି ବିଧାୟକ ପ୍ରାର୍ଥୀ ରିତାରାଣୀ ବଗର୍ତ୍ତି ଉକ୍ତ ଅଞ୍ଚଳରେ ପୁଣି ଭୋଟ୍ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏନେଇ ସେ ନିର୍ବାଚନ କମିଶନ, ଜିଲ୍ଲାପାଳ ଓ ଏସ୍ପିଙ୍କୁ ଜଣାଇଛନ୍ତି। କିନ୍ତୁ ଏ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)