Advertisment

ଧର୍ମାନ୍ତରୀକରଣ କରିଥିବାରୁ ଶ୍ମଶାନରେ ଶବ ସତ୍କାର କରିବାକୁ ଦେଲେ ନାହିଁ ଗ୍ରାମବାସୀ

ମାଲକାନଗିରି: ଧର୍ମାନ୍ତରୀକରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସତ୍କାର କରିବାକୁ ଦେଲେ ନାହିଁ ଗ୍ରାମବାସୀ। ଦୀର୍ଘ ୧୮ ଘଣ୍ଚା ଧରି ମୃତଦେହ ପଡିରହିବା ଶେଷରେ ମୃତକଙ୍କ ଜମିରେ ଶବ ପୋତା ହୋଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଡୁଡିଗୁଡ଼ାରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ୭୦ ବର୍ଷୀୟ ବୃଦ୍ଧ ପାଣ୍ଡୁ ମାଡକାମୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ସେ ଧର୍ମ ପରିବର୍ତ୍ତନ କରିଥିବାରୁ ଗ୍ରାମବାସୀ ଗାଁ ଶ୍ମଶାନରେ ପୋତିବାକୁ ମନା କରି ଦେଇଥିଲେ। ଶବକୁ ଗାଁ ବାହାରେ ପୋତିବାକୁ ଗାଁଲୋକେ […]

author-image
Dibakar Sahoo
ଅଦ୍ୟତନ ହୋଇଛି
ଧର୍ମାନ୍ତରୀକରଣ କରିଥିବାରୁ ଶ୍ମଶାନରେ ଶବ ସତ୍କାର କରିବାକୁ ଦେଲେ ନାହିଁ ଗ୍ରାମବାସୀ

1

ମାଲକାନଗିରି: ଧର୍ମାନ୍ତରୀକରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସତ୍କାର କରିବାକୁ ଦେଲେ ନାହିଁ ଗ୍ରାମବାସୀ। ଦୀର୍ଘ ୧୮ ଘଣ୍ଚା ଧରି ମୃତଦେହ ପଡିରହିବା ଶେଷରେ ମୃତକଙ୍କ ଜମିରେ ଶବ ପୋତା ହୋଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଡୁଡିଗୁଡ଼ାରେ ଏହି ଘଟଣା ଘଟିଛି।

Advertisment

ଗତକାଲି ରାତିରେ ୭୦ ବର୍ଷୀୟ ବୃଦ୍ଧ ପାଣ୍ଡୁ ମାଡକାମୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ସେ ଧର୍ମ ପରିବର୍ତ୍ତନ କରିଥିବାରୁ ଗ୍ରାମବାସୀ ଗାଁ ଶ୍ମଶାନରେ ପୋତିବାକୁ ମନା କରି ଦେଇଥିଲେ। ଶବକୁ ଗାଁ ବାହାରେ ପୋତିବାକୁ ଗାଁଲୋକେ କହିଥିଲେ। କିନ୍ତୁ ମୃତ ପାଣ୍ଡୁଙ୍କ ପରିବାର ସ୍ଥାନୀୟ ଶ୍ମଶାନରେ ହିଁ ଶବକୁ ପୋତିବାକୁ ଜିଦ୍ ଧରିଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲା।

ତେବେ ମାଲକାନଗିରି ପୋଲିସ୍‌ ଓ ତହସିଲଦାର ଖବରପାଇ ଘଟଣାସ୍ଥଳକୁ ଯାଇଥିଲେ ଏବଂ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏହାପରେ ପରିବାର ଲୋକ ମୃତଦେହକୁ ନିଜ ଜାଗାରେ ପୋତିଥିଲେ।

Advertisment
Advertisment
Advertisment