Advertisment

କରୋନା ଡର, ଗାଁ ଦାଣ୍ଡରେ ୧୪ ଘଣ୍ଟା ପଡ଼ି ରହିଲା ଶବ

ଭଞ୍ଜନଗର: କରୋନା ଭୟ ପାଇଁ ୧୪ ଘଣ୍ଟା ପଡ଼ି ରହିଲା ମହିଳାଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଲାପଡ଼ା ଗାଁରେ। ଖବର ଅନୁଯାୟୀ, ଗତକାଲି ମହିଳାଙ୍କ ଅଚାନକ ମୃତ୍ୟୁ ଘଟିଥିଲା। ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କ ମୃତଦେହକୁ ଛୁଇଁ ନଥିଲେ। ପରେ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରି‌ଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ଶୀଘ୍ର କୌଣସି ସହଯୋଗ ମିଳିନଥିଲା। ୧୪ ଘଣ୍ଟା […]

ଅଦ୍ୟତନ ହୋଇଛି
କରୋନା ଡର, ଗାଁ ଦାଣ୍ଡରେ ୧୪ ଘଣ୍ଟା ପଡ଼ି ରହିଲା ଶବ

deadbody

Advertisment

ଭଞ୍ଜନଗର: କରୋନା ଭୟ ପାଇଁ ୧୪ ଘଣ୍ଟା ପଡ଼ି ରହିଲା ମହିଳାଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଲାପଡ଼ା ଗାଁରେ।

Advertisment

ଖବର ଅନୁଯାୟୀ, ଗତକାଲି ମହିଳାଙ୍କ ଅଚାନକ ମୃତ୍ୟୁ ଘଟିଥିଲା। ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କ ମୃତଦେହକୁ ଛୁଇଁ ନଥିଲେ। ପରେ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରି‌ଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ଶୀଘ୍ର କୌଣସି ସହଯୋଗ ମିଳିନଥିଲା। ୧୪ ଘଣ୍ଟା ଧରି ମୃତ ଦେହ ଗାଁ ଦାଣ୍ଡରେ ପଡ଼ି ରହିବା ପରେ  ବିଳମ୍ୱିତ ରାତିରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହାୟତାରେ ଉକ୍ତ ମହିଳାଙ୍କ ଶବ ସଂସ୍କାର କରାଯାଇଥିଲା।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମୃତ ମହିଳାଙ୍କର ମା’ ଓ ଭଉଣୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ବାପାଙ୍କ ଠାରେ କରୋନା ଲକ୍ଷଣ ଥିବା ଯୋଗୁ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ତେବେ ମହିଳାଙ୍କର କେଉଁ କରାଣ ଯୋଗୁ ମୃତ୍ୟୁ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ