Advertisment

Villagers Lock School Gates: ଶିକ୍ଷକ ବଦଳିକୁ ବିରୋଧ; କହିଲେ ଆମର ସେହି ପୁରୁଣା ଶିକ୍ଷକ ଦରକାର

ଶିକ୍ଷକ ବଦଳିକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ। ଏହା ସହିତ, ନୂତନ ଶିକ୍ଷକ ଯୋଗଦାନକୁ ନେଇ କଲେ ବିରୋଧ। କହିଲେ ଆମର ସେହି ପୁରୁଣା ଶିକ୍ଷକ ଦରକାର। ଯଥାଶୀଘ୍ର ଶିକ୍ଷକଙ୍କ ବଦଳିକୁ ବାତିଲ କରାଯାଇ ୪ ଜଣ ଶିକ୍ଷକଙ୍କୁ ପୁନଃ ନିଯୁକ୍ତ କରିବାକୁ ଦାବି।

author-image
Pramod Behera
Villagers Lock School Gates

ଶିକ୍ଷକ ବଦଳିକି ବିରୋଧ Photograph: (OTV)

ଶିକ୍ଷକ ବଦଳିକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ। ଏହା ସହିତ, ନୂତନ ଶିକ୍ଷକ ଯୋଗଦାନକୁ ନେଇ କଲେ ବିରୋଧ। କହିଲେ ଆମର ସେହି ପୁରୁଣା ଶିକ୍ଷକ ଦରକାର। 

Advertisment

ସୂଚନା ମୁତାବକ ଦାନଗଦି ବ୍ଲକ୍ ଶାଳୀଜଙ୍ଗା UGME ସ୍କୁଲ୍ ଓ ନାହୁରାଣୀ ପଶି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୪ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ଏବଂ ତାଙ୍କ ସ୍ଥାନରେ ନୂତନ ଶିକ୍ଷକଙ୍କୁ ଯୋଗଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାକୁ କିନ୍ତୁ ସହଜରେ ହଜମ କରିପାରି ନାହାନ୍ତି ଅଞ୍ଚଳବାସୀ। ଏହାକୁ ନେଇ ଅବିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। 

ଏନେଇ ଅବିଭାବକ ଓ ଗ୍ରାମବାସୀ ନୂତନ ଶିକ୍ଷକଙ୍କ ଯୋଗଦାନକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକାଇଛନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଥିବା ବେଳେ ଶିକ୍ଷକ, ଶିକ୍ଷୟତ୍ରୀମାନେ ବାହାରେ ବସି ଥିବା ଦେଖିବାକୁ ମିଳିଥିଲା। 

Advertisment

ତେବେ ଯଥାଶୀଘ୍ର ଶିକ୍ଷକଙ୍କ ବଦଳିକୁ ବାତିଲ କରାଯାଇ ୨ଟି ଯାକ ବିଦ୍ୟାଳୟରେ ପୂର୍ବରୁ ଥିବା  ୪ ଜଣ ଶିକ୍ଷକଙ୍କୁ ପୁନଃ ନିଯୁକ୍ତ କରିବାକୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

Teacher Odisha School News Jajpur
Advertisment
Advertisment