Advertisment

ଅନ୍ଧବିଶ୍ୱାସର ବର୍ବର କାହାଣୀ: ଦାନ୍ତ ଭାଙ୍ଗିଲେ, ନିର୍ଦ୍ଦୟ ଭାବେ ପିଟି ପିଟି ମାରିଦେଲେ

ବ୍ରହ୍ମପୁର: ବିଜ୍ଞାନ ଯୁଗରେ ପୁଣି ଏତେ ଅନ୍ଧବିଶ୍ୱାସୀ ହୋଇପାରେ ମଣିଷ ! ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ।  ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗଂଜାମ ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଘଟିଛି…

ଅଦ୍ୟତନ ହୋଇଛି
ଅନ୍ଧବିଶ୍ୱାସର ବର୍ବର କାହାଣୀ: ଦାନ୍ତ ଭାଙ୍ଗିଲେ, ନିର୍ଦ୍ଦୟ ଭାବେ ପିଟି ପିଟି ମାରିଦେଲେ

black magic

Advertisment

ବ୍ରହ୍ମପୁର: ବିଜ୍ଞାନ ଯୁଗରେ ପୁଣି ଏତେ ଅନ୍ଧବିଶ୍ୱାସୀ ହୋଇପାରେ ମଣିଷ ! ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ।  ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗଂଜାମ ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଘଟିଛି ଏହି ବର୍ବରକାଣ୍ଡ। ଗତ ୧୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ଏହାର ଭିଜୁଆଲ ଭାଇରାଲ ହୋଇଛି  ।

Advertisment

ଗୁଣିଆ ସଂଦେହରେ ୩ ଜଣ ବ୍ୟକ୍ତିଙ୍କୁ ଅତି ବର୍ବରତାର ସହ ମାଡ଼ ମରାଯାଉଛି। ଆଖି ବନ୍ଦ କରିଦେବା ପରି ସେ ଦୃଶ୍ୟ।   ଗ୍ରାମବାସୀ ସଂଘବଦ୍ଧ ଭାବେ ଆକ୍ରମଣ କରୁଥିବାର ସେ ଦୃଶ୍ୟ ଦେଖିଲେ ହୃଦୟ ଥରିଯିବ । ୧୯ ତାରିଖ ଦିନ ଗାଁ ଲୋକ ସଂଘବଦ୍ଧ ହୋଇ ୩ ଜଣଙ୍କୁ ଆକ୍ରମଣ କରିଥିଲେ। ଏହାପରେ ନ୍.ଭେଙ୍କଟରମଣ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇ ଯାଇଥିଲେ। ତାଙ୍କୁ ଏକ ଚିମୁଟା ଦ୍ୱାରା ନିଜ ଦାନ୍ତ ଭାଙ୍ଗିବାକୁ କୁହାଯାଇଥିଲା । ସେ ନିଜେ ଦାନ୍ତ ଭାଙ୍ଗି ନପାରିବାରୁ ଅନ୍ୟଜଣଙ୍କ ଦ୍ୱାରା ଭେଙ୍କଟର ମଣଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ।

ଗ୍ରାମବାସୀ ଏହାପରେ ତାଙ୍କୁ ବିଷ୍ଠା ଖାଇବାକୁ ବାଧ୍ୟ କରିଥିଲା। ଏହାସହ ଭେଙ୍କଟରମଣଙ୍କ ସହ ଥିବା ଅନ୍ୟ ଦୁଇଜଣ ଭୀମରାଜୁ ରେଡ୍ଡି ଓ ପି.ଧବଳେଶ୍ୱରଙ୍କୁ ମଧ୍ୟ ଅତ୍ୟନ୍ତ ବର୍ବରତାର ସହ ମାଡ଼ ମାରିଥିଲେ ।  ଭାଇରାଲ ଭିଡିଓରେ ଥିବା ବର୍ବରକାଣ୍ଡର ଦୃଶ୍ୟ ଛାତିଥରାଇ ଦେବା ଭଳି। ସେତିକି ନୁହେଁ, ତିନି ଜଣଙ୍କୁ ଗ୍ରାମବାସୀ ମାଡ଼ ମାରିବା ସହ ଏନ୍. ଭେଙ୍କଟରମଣଙ୍କୁ ଘଟଣା ସ୍ଥଳରେ ହିଁ ହତ୍ୟା କରିଥିଲେ ।

Advertisment

ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି । ଭେଙ୍କଟରମଣଙ୍କ ହତ୍ୟା ଓ ଅନ୍ୟ ଦୁଇ ଜଣଙ୍କୁ ବର୍ବର ଆକ୍ରମଣ ବେଳେ ଶତାଧିକ ଲୋକ ଉପସ୍ଥିତ ଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ