Advertisment

ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ଲୋକେ

ସମ୍ବଲପୁର(ସମୀର ସଢ଼ଙ୍ଗୀ): ଖରା ଆରମ୍ଭରୁ ଜଳକଷ୍ଟ। ସମ୍ବଲପୁର ସହରାଞ୍ଚଳରେ ଥିବା ନୂଆପଡ଼ା ଗାଁର ଲୋକେ ଏବେ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ନଳକୂଅରୁ ପାଣି ବାହାରୁ ନଥିବାରୁ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଏହି ଗାଁରେ ୫୦ରୁ ଅଧିକ ପରିବାର ରୁହନ୍ତି। ହେଲେ ଗାଁରେ ରହିଛି ଗୋଟିଏ ନଳକୂଅ। ଏଥିରୁ ବି ଠିକ୍ ଭାବେ ପାଣି ବାହାରୁ ନଥିବା ଅଭିଯୋଗ ହୋଇଛି। ଫଳରେ ଗାଁଠାରୁ ୨ କିଲୋମିଟର ଦୂରରେ ଥିବା […]

author-image
Sangita Sahu
ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ଲୋକେ

water

ସମ୍ବଲପୁର(ସମୀର ସଢ଼ଙ୍ଗୀ): ଖରା ଆରମ୍ଭରୁ ଜଳକଷ୍ଟ। ସମ୍ବଲପୁର ସହରାଞ୍ଚଳରେ ଥିବା ନୂଆପଡ଼ା ଗାଁର ଲୋକେ ଏବେ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ନଳକୂଅରୁ ପାଣି ବାହାରୁ ନଥିବାରୁ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ।

Advertisment

ଏହି ଗାଁରେ ୫୦ରୁ ଅଧିକ ପରିବାର ରୁହନ୍ତି। ହେଲେ ଗାଁରେ ରହିଛି ଗୋଟିଏ ନଳକୂଅ। ଏଥିରୁ ବି ଠିକ୍ ଭାବେ ପାଣି ବାହାରୁ ନଥିବା ଅଭିଯୋଗ ହୋଇଛି। ଫଳରେ ଗାଁଠାରୁ ୨ କିଲୋମିଟର ଦୂରରେ ଥିବା ଏକ ନାଳରୁ ସଂଗ୍ରହ କରି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା କହିଛନ୍ତି ନୂଆପଡ଼ା ଗ୍ରାମବାସୀ।

ଖରା ବଢିଲେ ଏହି ନାଳର ପାଣି ମଧ୍ୟ ଶୁଖିଯାଏ। ଫଳରେ ଚାଷ ଜମି ପାଖରେ ଥିବା ଏକ ଛୋଟ କୂଅର ପାଣି ବ୍ୟବହାର କରିବାକୁ ଲୋକେ ବାଧ୍ୟ ହୁଅନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବାରୁ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Advertisment
Advertisment
Advertisment