/odishatv-khabar/media/media_files/2026/01/31/villagers-clash-for-anganwadi-2026-01-31-19-44-15.jpg)
ଅଙ୍ଗନବାଡ଼ି ନିର୍ମାଣକୁ ଦୁଇ ଗ୍ରାମବାସୀ ମୁହାଁମୁହିଁ Photograph: (OTV)
ଅଙ୍ଗନବାଡିକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ। କପ୍ତିପଦା ବ୍ଲକ ଶାଳଚୁଆ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଶାଳଚୁଆ ଗ୍ରାମରେ ଏକ ଅଙ୍ଗନବାଡି ହେବାର ଥିଲା। ସମସ୍ତ କାଗଜପତ୍ର ମଧ୍ୟ ଶାଳଚୁଆ ପାଇଁ କରାଯାଇଥିଲା। ଯେଉଁ ଅଙ୍ଗନବାଡିକୁ ନିକଟସ୍ଥ ଟେଟେୟା ଗ୍ରାମର ପିଲାମାନେ ଯାଇଥାନ୍ତେ। ହେଲେ ଏହାକୁ ଟେଟେୟା ଗ୍ରାମବାସୀଙ୍କ ବିରୋଧ ପରେ ଉକ୍ତ ଅଙ୍ଗନବାଡି ଦୀର୍ଘ ବର୍ଷ ହେବ ବନ୍ଦ ରହିଥିଲା।
ଶୁକ୍ରବାର ରାତିରେ ଟେଟେୟା ଗ୍ରାମରେ ପୂର୍ବରୁ ଥିବା ଏକ ଭଙ୍ଗା ଅଙ୍ଗନବାଡି ମରାମତି କାମ ଆରମ୍ଭ ହୋଇଥିବା ଖବର ପାଇ ଆଜି ସକାଳେ ଶାଳଚୁଆ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ଟେଟେୟା ଗ୍ରାମରେ ଅଙ୍ଗନବାଡି ସ୍ଥାପନକୁ ବିରୋଧ କରିବା ସହ ନିର୍ମାଣ କାମ ବନ୍ଦ କରିଥିଲେ। ଯାହାକୁ ନେଇ ଉଭୟ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ସହ ଠେଲାପେଲା ହୋଇ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା।
ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।
- ଅଙ୍ଗନବାଡ଼ିକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ
- ମୟୂରଭଂଜ କପ୍ତିପଦା ଅଂଚଳ ଘଟଣା
- ଅଙ୍ଗନବାଡ଼ି ନିର୍ମାଣକୁ ଗୋଟିଏ ଗାଁର ବିରୋଧ
- ପୁରୁଣା ଅଙ୍ଗନବାଡ଼ି ମରାମତିକୁ ଅନ୍ୟ ଏକ ଗାଁର ବିରୋଧ
- ମରାମତିକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)