Advertisment

Kotia Issue: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ, ଇସର୍ଭେ ବାହାନାରେ ଓଡ଼ିଶାରେ ପଶୁଛି

ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ। ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି। ପୋଲିସର ତାଗିଦ ପରେ ଆନ୍ଧ୍ର ସର୍ଭେ ଟିମ୍ ଫେରିଯାଇଛି। ପରେ ପରିସ୍ଥିତି ଶାନ୍ତ ପଡ଼ିଛି।

Kotia

Kotia Photograph: (OTV)

Advertisment

ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ। ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି। କୋଟିଆ ସେମ୍ବୀ ଗାଁର ଆନ୍ଧ୍ର ପ୍ରଶାସନର ଏକ ଟିମ୍ ରାସନ୍ ଓ ଆଧାର କାର୍ଡ ଇ-ସର୍ଭେ କରିବା ବେଳେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛି। ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ସହ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। 

Advertisment

ଶେଷରେ ପୋଲିସର ତାଗିଦ ପରେ ଆନ୍ଧ୍ର ସର୍ଭେ ଟିମ୍ ଫେରିଯାଇଛି। ସୂଚନା ଅନୁସାରେ, ଆନ୍ଧ୍ରର ଏକ ଟିମ୍ ଗାଁକୁ ଯାଇ ଇ-ସର୍ଭେ କରୁଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ସେମାନଙ୍କୁ ଆକଟ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି।

Kotia Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ