Advertisment

Village Tension After Student Death: ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣା; ମୁହାଁମୁହିଁ ସ୍ଥିତି, ଟେନସନରେ ପୋଲିସ

ନୟାଗଡ଼ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ସ୍ଥିତି, ଟେନସନରେ ଗଣିଆ ପୋଲିସ। ମାସେ ଧରି ସ୍କୁଲରେ ତାଲା ପକାଇଥିଲେ ମୃତ ଛାତ୍ରଙ୍କ ପରିବାର।

Village Tension After Student Death

Village Tension After Student Death Photograph: (OTV)

Advertisment

ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା। ଦୀର୍ଘ ଏକ ମାସ ରୁ ଅଧିକ ଦିନ ଧରି ମୃତ ଛାତ୍ରଙ୍କ ପରିବାର ଏବଂ ଦଳିତ ସାହିର କିଛି ଲୋକ ମିଶି ସ୍କୁଲରେ ତାଲା ପକେଇଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। 

Advertisment

ସେପଟେ ଅନ୍ୟ ଅଭିଭାବକମାନେ ତାଲା ଖୋଲିବାକୁ କହିବାରୁ ମୃତ ଛାତ୍ରଙ୍କ ପରିବାର ଲୋକ ଏବଂ ସାହି ଲୋକ ମିଶି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିବାରୁ ବେଲପଡ଼ା ଗାଁ ଲୋକେ ହଠାତ୍ ଗଣିଆ ଥାନା ଘେରାଉ କରିବା ସହ କଣ୍ଟିଲୋ ଦଶପଲ୍ଲା ରାସ୍ତାକୁ ଅବରୋଧ କରିଥିଲେ। 

ସେପଟେ ଜିଲ୍ଲାପାଳ ମଧ୍ୟ ବିଦ୍ୟାଳୟରୁ ତାଲା ଖୋଲିବାକୁ ଆସି ନିରାଶ ହୋଇ ଫେରି ଯାଇଥିଲେ। ଏପଟେ  ଗାଁର ଦୁଇ ସାହି ମଧ୍ୟରେ ତିକ୍ତତା ବଢିବା ସହ ଗୋଷ୍ଠୀ ସଂଘର୍ଷ  ଆଡ଼କୁ ମୁହାଁଇ ଥିବା ବେଳେ ଟେନ୍ ସନ୍ ରେ ଗଣିଆ ପୋଲିସ। ପୋଲିସ ଉଭୟ ପକ୍ଷ ଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରହିଛି।

Advertisment

Nayagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ