Advertisment

Vigilance Raid on Semiliguda Forester: ଫରେଷ୍ଟରଙ୍କ ଘରୁ ପୁଳାପୁଳା ସୁନା, ବିଡ଼ାବିଡ଼ା ଟଙ୍କା ଜବତ

ସ୍ତ୍ରୀ ପାଇଁ ମୋଟା ରାଣୀ ହାର। ଗଳାକୁ ମାନିବା ଭଳି ସୁନ୍ଦରିଆ ସୁନା ଚେନ୍। ବାବୁଙ୍କର ବି ଅଛି ବ୍ରେସଲେଟ୍ ସଉକ୍ ୟ। ଆଉ ଏ ବାଲା ଯେମିତି କେଉଁ ରାଜଜେମାଙ୍କର।

Vigilance Raid Forester House

Vigilance Raid Forester House Photograph: (OTV)

Advertisment

ଫରେଷ୍ଟର ବାବୁଙ୍କ ଘରୁ ପୁଳାପୁଳା ସୁନା ଓ ବିଡ଼ାବିଡ଼ା ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଏମିତିକି ଠାକୁର ଘରୁ ଏକ ସୁନା ଭର୍ତ୍ତି ଡବା ବି ଭିଜିଲାନ୍ସ ହାତରେ ଲାଗିଛି । ଫରେଷ୍ଟର ଚାକିରି କରିଥିଲେ, ହେଲେ ମିଳୁଥିଲା ପୁଳାପୁଳା ଉପୁରି । ଯାହାକୁ ନେଇ ଖବ୍ ଅଏସ୍ କରୁଥିଲେ ସେମିଳିଗୁଡ଼ା ଫରେଷ୍ଟର ବାବୁ ନିରଞ୍ଜନ ଶତପଥୀ । ହେଲେ ଏବେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ପରେ ବାବୁଙ୍କ ଅମାପ ସମ୍ପତ୍ତି ତାଲିକା ଲେଖିବା ଆରମ୍ଭ କରିଛି । ଆଉ ସେବୁକୁ ଗୋଟି ଗୋଟି ଲେଖୁଛନ୍ତି ଭିଜିଲାନ୍ସ ଅଧିକାରୀ ।

Advertisment

ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରର ଏ ସାଜସଜା ବି କେଉଁ ଶିଳ୍ପପତିଙ୍କ ଘରଠାରୁ କିଛି କମ୍ ନୁହେଁ । ଘର ଭିତରର ଇଣ୍ଟରିୟର ଡିଜାଇନ୍ ନିଶ୍ଚୟ ଆପଣ କୌଣସି ଫିଲ୍ମରେ ଦେଖିଥିବେ । ଖାଲି କ’ଣ ଏତିକି, ଚିକମିକ୍ କରୁଥିବା ଝୁମର ବି ବାବୁଙ୍କ କଳା ଟଙ୍କାର କାହାଣୀ କହୁଛି । ଘର ଭିତରର ସୋଫା ସେଟ୍ ଓ ଆସବାବପତ୍ର ବେଶ୍ ଦାମୀ । ଯାହାକି ଭିଜିଲାନ୍ସ ଚଢାଉ ବେଳେ ସାମ୍ନାକୁ ଆଣିଛି । ଆଖି ଖୋସି ହୋଇଗଲା ପରି ସମ୍ପତ୍ତି ଦେଖି ଅଧିକାରୀ ମାନେ ତାଜୁବ୍ ହୋଇଛନ୍ତି । ରେଡ୍ ବେଳେ ନିରଞ୍ଜନଙ୍କ ପାଖରୁ ମିଳିଛି ୭ଟି ମହଙ୍ଗା ପ୍ଲଟ୍ । ଯେଉଁଥିରେ ଭୁବନେଶ୍ବରରେ ୨ଟି, ଜଗତସିଂହପୁରରେ ୪ଟି ରହିଛି । ଭୁବନେଶ୍ବର ଘରେ ରେଡ୍ ବେଳେ ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଛି, ମୋଟା ମୋଟା ସୁନା ହାର, ଚେନ, ମୁଦି, ମହଙ୍ଗା ଘଡ଼ି, ବିଦେଶୀ ନୋଟ୍ ମିଳିଛି। ଘର ସାରା ଯେଉଁଠି ହାତ ମାରିବେ ସେଠୁ ମିଳିଛି ସୁନା।

ଠାକୁର ଘରେ ସିକ୍ରେଟ୍ ଭାବେ ହୋଇଥିବା ଚାମ୍ବରରେ ସୁନା ଅଳଙ୍କାର ଲୁଚାଇ ରଖାଯାଇଥିଲା । ତାସହ ଆଲିସାନ୍ ଇଣ୍ଟେରିୟର, ଦାମୀ ଝୁମର ଓ ଏକାଧିକ ବଡ଼ ବ୍ରାଣ୍ଡ କପଡ଼ାର କଭର୍ ବ୍ୟାଗ୍ । ଅର୍ଥାତ ଅନେକ ଦାମୀ କପଡ଼ା କିଣା ଯାଇଛି ଓ ଉପହାର ବି ଦିଆଯାଇଥିବା ଅନୁମାନ କରାଯାଇଛି ।

Advertisment
Vigilance Raid Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ