Advertisment

ଅଧ୍ୟାପକ, ଡାକ୍ତର ଓ ଆକାଉଣ୍ଟାଣ୍ଟଙ୍କ ଘରେ ରେଡ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଜୁନିଅର ଆକାଉଣ୍ଟାଣ୍ଟ ଓ ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। କମ୍ଭୁପାଣିଙ୍କ ବରଗଡ଼ ସ୍ଥିତ ଭଡ଼ା ଘର, କାର୍ଯ୍ୟାଳୟ ଓ ବଲାଙ୍ଗିର […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଜୁନିଅର ଆକାଉଣ୍ଟାଣ୍ଟ ଓ ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

Advertisment

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। କମ୍ଭୁପାଣିଙ୍କ ବରଗଡ଼ ସ୍ଥିତ ଭଡ଼ା ଘର, କାର୍ଯ୍ୟାଳୟ ଓ ବଲାଙ୍ଗିର ପୈତୃକ ଘରେ ଏହି ରେଡ୍ ହୋଇଛି।

ଏକ ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡ. ପ୍ରସନ୍ନ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌‌ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ କୁମାରଙ୍କ ଖଣ୍ଡଗିରିବାରି ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।

Advertisment

ସେହିପରି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ପାଣୁ ଚରଣ ମଣ୍ଡଳ। ଗତ ଅକ୍ଟୋବର ୨୦ତାରିଖରେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବୁଦ୍ଧି ଗାଡ଼ି ଭଡା ବାବଦ ବିଲ୍ କରାଇଦେବା ପାଇଁ ଜଣଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେତେବେଳେ ଅତିବୁଦ୍ଧିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଅତିବୁଦ୍ଧିଙ୍କୁ ପଚରାଉଚରା ବେଳେ ଡାକ୍ତର ପାଣୁ ଚରଣ ମଣ୍ଡଳ ଏହି ଲାଞ୍ଚ ଟଙ୍କା ନେଇଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ଜିଲ୍ଲା ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଅତିବୁଦ୍ଧିଙ୍କୁ ନେଇ ମାଲକାନାଗିରି ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରିଥିଲା। ଏଥିରେ ଡାକ୍ତର ପାଣୁ ଚରଣଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ଆଜି ସକାଳୁ ତାଙ୍କ ଘରେ ଚଢ଼ାଉ କରି ଗିରଫ କରିଛି ଭିଜିଲାନ୍ସ।

Advertisment
Advertisment