Advertisment

ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିପାରିବନି ଭିଜିଲାନ୍ସ : ଅଦାଲତରେ ରଦ୍ଦ ହେଲା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

କଟକ: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଯାଇଛି। ଦୀର୍ଘ ସମୟ ଶୁଣାଣି କରି ଏକଥା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ। ମାମଲାର ଆବେଦନକାରୀ ଖୋଦ୍ ଭିଜିଲାନ୍ସ ହୋଇଥିବାରୁ ଏହାକୁ ଖାରଜ କରିଛନ୍ତି ଅଦାଲତ। କୋର୍ଟଙ୍କ ଏହି ରାୟରେ ସାମାନ୍ୟ  ଆଶ୍ୱସ୍ତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ […]

ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିପାରିବନି ଭିଜିଲାନ୍ସ : ଅଦାଲତରେ ରଦ୍ଦ ହେଲା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

PRadeep-panigrahi

Advertisment

କଟକ: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଯାଇଛି। ଦୀର୍ଘ ସମୟ ଶୁଣାଣି କରି ଏକଥା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ। ମାମଲାର ଆବେଦନକାରୀ ଖୋଦ୍ ଭିଜିଲାନ୍ସ ହୋଇଥିବାରୁ ଏହାକୁ ଖାରଜ କରିଛନ୍ତି ଅଦାଲତ। କୋର୍ଟଙ୍କ ଏହି ରାୟରେ ସାମାନ୍ୟ  ଆଶ୍ୱସ୍ତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ।

Advertisment

ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ପ୍ରଦୀପଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ଚାଲିଛି। ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏହାର ଖୋଳତାଡ଼ ହେଉଛି। ତେଣୁ ଏହାକୁ ଯୁକ୍ତିଯୁକ୍ତ ନମାନି ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଏନେଇ ପ୍ରଦୀପଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କୋର୍ଟଙ୍କ ଏକ ଡିଭିଜନ୍ ବେଞ୍ଚ ଏହି ମାମଲାର ଦୀର୍ଘ ସମୟ ଧରି ଶୁଣାଣି କରିଥିଲେ। ଲୋକାୟୁକ୍ତ ଡିସେମ୍ବର ୧୧ରେ ଦେଇଥିବା ନିର୍ଦ୍ଦେଶରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଭିଜିଲାନ୍ସ କରିବ ବୋଲି ନିର୍ଦ୍ଦେଶ କରିଥିଲେ। କିନ୍ତୁ ହାଇକୋର୍ଟ ଏହାକୁ ଆଜି ଶୁଣାଣି କରି ରଦ୍ଦ କରିଦେଇଛନ୍ତି। ଭିଜିଲାନ୍ସର ଗୁପ୍ତ ଯାଞ୍ଚ ଆଧାରରେ ଆପାତତଃ ଥିବା ତଥ୍ୟ ପ୍ରମାଣକୁ ମାନ୍ୟବର ହାଇକୋର୍ଟ  ଖାରଜ କରିବା ସହ ନାପସନ୍ଦ କରିଛନ୍ତି।

ମୋଟାମୋଟି କହିବାକୁ ଗଲେ ଲୋକାୟୁକ୍ତଙ୍କ ଆଦେଶ ହାଇକୋର୍ଟରେ କାଟ ଖାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ  ଘଟଣାର ତଦନ୍ତ ପାଇଁ ଆବେଦନ କରିଥିବା କଥା ପୂର୍ବରୁ ଶୁଣିବାକୁ ମିଳୁଥିଲା, ଯାହ ସମ୍ପୂର୍ଣ୍ଣ ମିଥ୍ୟା । ଏହି ମକଦ୍ଦମାରେ ଭିଜିଲାନ୍ସ ବିଭାଗର ଜଣେ ଡିଏସ୍‌ପି ପ୍ରକୃତରେ ଆବେଦନକାରୀ ଅଟନ୍ତି। ଲୋକାୟୁକ୍ତ ଆଇନର ବିରୁଦ୍ଧାଚରଣ କରି ଏପରି ମନ୍ତ‍ବ୍ୟ ଦେଇଛନ୍ତି। ଧାରା ୨୦ ଅନୁସାରେ ଲୋକାୟୁକ୍ତଙ୍କ ପ୍ରାଥମିକ ତଦନ୍ତର କରିବାର ଅଧିକାର ଦେଇଛି। ତାହାର ଦୁରୁପଯୋଗ କରି ଲୋକାୟୁକ୍ତ ଏପରି ନିର୍ଦ୍ଦଶ ଦେବା ଠିକ ନୁହଁ। ତଦନ୍ତ ପାଇଁ  ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇ ଲୋକାୟୁକ୍ତ ସମ୍ପୂର୍ଣ୍ଣ ବେଆଇନ କାମ କରିଛନ୍ତି ବୋଲି ଆଜି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

Advertisment

ପ୍ରଦୀପଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ଲୋକାୟୁକ୍ତଙ୍କଠାରେ ମାମଲା ପରେ ଏହାକୁ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ। ଟାଟାରେ ଚାକିରୀ କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗ ମାମଲାରେ ଗିରଫ ହୋଇଛନ୍ତି ପ୍ରଦୀପ। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ପରବର୍ତ୍ତି ସମୟରେ ଭିଜିଲାନ୍ସ ବି ପ୍ରଦୀପଙ୍କ ନାଁରେ ଆସିଥିବା ବିଭିନ୍ନ ଅଭିଯୋଗର ଖୋଳତାଡ଼ କରୁଛି।

Pradeep Panigrahi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ