Advertisment

ପଞ୍ଚଭୂତରେ ଲୀନ ହେଲେ ମନମୋହନ ମହାପାତ୍ର

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲା ଓଡ଼ିଆ ସେନେମା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥୀବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ଆଶୁତୋଷ ସମସ୍ତ ରୀତିନୀତି ଅନୁସାରେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଆଜି ସ୍ୱର୍ଗଦ୍ୱାରରେ ମନମୋହନଙ୍କ ପରିବାର, ପ୍ରିୟଜନ, ତାଙ୍କୁ ଭଲ ପାଉଥିବା ବହୁ ଲୋକେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ଅନ୍ତିମ ସତ୍କାର ପୂର୍ବରୁ ମନମୋହନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ […]

ପଞ୍ଚଭୂତରେ ଲୀନ ହେଲେ ମନମୋହନ ମହାପାତ୍ର

man

Advertisment

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲା ଓଡ଼ିଆ ସେନେମା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥୀବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ଆଶୁତୋଷ ସମସ୍ତ ରୀତିନୀତି ଅନୁସାରେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଆଜି ସ୍ୱର୍ଗଦ୍ୱାରରେ ମନମୋହନଙ୍କ ପରିବାର, ପ୍ରିୟଜନ, ତାଙ୍କୁ ଭଲ ପାଉଥିବା ବହୁ ଲୋକେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ଅନ୍ତିମ ସତ୍କାର ପୂର୍ବରୁ ମନମୋହନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମନମୋହନ।

Advertisment

ଓଡ଼ିଆ ସିନେମାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ମନମୋହନ ମହାପାତ୍ରଙ୍କର ବିଶେଷ ଅବଦାନ ଥିଲା। ନିକଟରେ ୩୦ତମ ରାଜ୍ୟ ଚଳଚିତ୍ର ପୁରସ୍କାରରେ ମନମୋହନ ମହାପାତ୍ରଙ୍କ ଫିଲ୍ମ ଭିଜା ମାଟିର ସ୍ୱର୍ଗ ପାଇଁ ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମିଳିଥିଲା। ଶ୍ରେଷ୍ଠ ଆଞ୍ଚଳିକ ସିନେମା ବର୍ଗରେ ସେ ଲଗାତାର ୮ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ।

୧୯୭୬ ମସିହାରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଶୀତ ରାତି’ ଶ୍ରେଷ୍ଠ ଓଡିଆ ଫିଲ୍ମ ଭାବେ ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିଥିଲା। ଏହା ମଧ୍ୟ କୌଣସି ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇବାରେ ପ୍ରଥମ ଓଡ଼ଆ ଚଳଚ୍ଚିତ୍ର ଥିଲା। ଏହା ବ୍ୟତୀତ ନୀରବ ଝଡ, କ୍ଲାନ୍ତ ଅପରାହ୍ନ, ମଝି ପାହଚ, ନିଷିଦ୍ଧ ସ୍ୱପ୍ନ, କିଛି ସ୍ମୃତି କିଛି ଅନୁଭୂତି, ଅଗ୍ନୀ ବୀଣା ଓ ଭିନ୍ନ ସମୟ ଭଳି ଅନେକ ଉଚ୍ଚକୋଟୀର କଳାତ୍ମକ ସିନେମା ନିର୍ମାଣ କରି ଓଡ଼ିଆ ଫିଲ୍ମକୁ ବିଶ୍ୱ ସ୍ତରରେ ପରିଚୟ ଦେଇଛନ୍ତି ମନମୋହନ। ତାଙ୍କ ମୃତ୍ୟୁରେ ଓଡ଼ଆ ସିନେ ଜଗତ ପ୍ରତି ଅପୂରଣୀୟ କ୍ଷତ ଇହୋଇଛି। ପୂରା ସିନେମା ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ