Advertisment

Veteran Jatra Actor: ପରଲୋକରେ ଯାତ୍ରା ଜଗତର ଦେବୁ ବୋଷ.. ସବୁରି ମହଲରେ ଶୋକ

ଜଗତସିଂହପୁର ପାରାଦୀପ ଗଡରେ ନିଜ ଘରେ ଶୋଇଥିବା ବେଳେ ହୃଦଘାତରେ ପ୍ରାଣ ହରାଇଛନ୍ତି ଦେବି ରଥ। ଯାତ୍ରା ଜଗତର ଦେବୁ ବୋଷ ଭାବେ ଜଣାଶୁଣା ଥିଲେ ଦେବୀ ପ୍ରସାଦ ରଥ। ସ୍ତବ୍ଧ ହୋଇଯାଇଛି ଯାତ୍ରା ଜଗତ ।

JOLLYWOOD-DEBI-RATH-DIED

JOLLYWOOD-DEBI-RATH-DIED Photograph: (OTV)

Advertisment

ଶବ୍ଦ ରେ ବାନ୍ଧୁଥିଲେ ଯାତ୍ରା ପ୍ରେମୀଙ୍କୁ। ଓପନ ଏୟାର ପେଣ୍ଡାଲରେ ଦର୍ଶକଙ୍କୁ କାନ୍ଦରେ ଭିଜାଉଥିଲେ, କୁତୁକୁତିଆ କମେଡି କରି ହସାଉଥିଲେ ତ ପୁଣି କେବେ ଦମଦାର ଭୟାନୟ ଭିଲେନ୍ ସାଜି ଦଶର୍କଙ୍କୁ ଡରୋଇଥିଲେ । ଜଣେ ମଣିଷ କିନ୍ତୁ ସବୁ ଚରିତ୍ରରେ ଜୀବନ ଭରୁଥିଲେ ଯାତ୍ରା ପେଣ୍ଡାଲରେ । କିନ୍ତୁ ଆଜି ସେଇ ମଣିଷ ଆଉ ନାହାନ୍ତି ,୭୧ ବର୍ଷ  ବୟସରେ ନିରବୀ ଯାଇଛନ୍ତି।
ଯାତ୍ରା ଜଗତର  ମାମୁଁ ଭାବେ ବେଶ୍ ପରିଚିତ ଥିଲେ ଦେବୀ ପ୍ରସାଦ ରଥ । ପୁରାତନ ଯାତ୍ରାରୁ ଆଧୁନିକ ଯାତ୍ରାର ସୁତ୍ରଧର, ଥିଲେ ଏହି ବରିଷ୍ଠ କଳାକାର ଜଣଙ୍କ । ଯାତ୍ରା ପାଇଁ ଜନ୍ମ ହେଇଥିଲେ ଆଉ ଯାତ୍ରା ପାଇଁ ମରିଗଲେ । ଆଖି ବୁଜିଲେ ଯାତ୍ରା ବର୍ଷୀୟାନ କଳାକାର ଦେବି ପ୍ରାସାଦ ରଥ। ହୃଦଘାତରେ ମୃତ୍ୟ ହେଇଛି ଏହି ମହାନ୍ କଳାକାରଙ୍କର । ସ୍ତବ୍ଧ ହୋଇଯାଇଛନ୍ତି ଯାତ୍ରା କଳାକାର ମାନେ ।  
ଜଗତସିଂହପୁର ପାରାଦୀପ ଗଡରେ ନିଜ ଘରେ ଶୋଇଥିବା ବେଳେ ହୃଦଘାତରେ ପ୍ରାଣ ହରାଇଛନ୍ତି ଦେବି ରଥ। ଯାତ୍ରା ଜଗତର ଦେବୁବୋଷ ଭାବେ ଜଣାଶୁଣା ଥିଲେ ଦେବୀ ପ୍ରସାଦ ରଥ।

Advertisment


୨୦୧୭ ରୁ  ଯାତ୍ରା ରୁ ବିଦାୟ ନେଇଥିଲେ ଦେବି ରଥ। ୫୦ ବର୍ଷ ଧରି ଡ୍ରାମା ରୁ ଅଭିନୟ ଆରମ୍ଭ କରି ଯାତ୍ରା ମଞ୍ଚ ରେ ଅଭିନୟ ଜାରି ରଖିଥିଲେ । ୨୦୦ ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିଲେ । ଶିଶୁ କଳାକାର ରୁ ଅଭିନେତା, ଖଳନାୟକ ଓ ବାପା ଭୂମିକାରେ ଅଭିନୟ ଦର୍ଶକଙ୍କୁ ବେଶ ବାନ୍ଧି ରଖିଥିଲେ । ଅନେକ ସୁପରହିଟ୍ ନାଟକ ରେ ଅଭିନୟ କରି ଯାତ୍ରା ପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି । 
ଡିମିରି ଫୁଲ, ଜେଲ୍ ଟାଇଗର, ଲାଲ୍ ଉଲକା,,ସେହି ଦିନ ଜଗା ଦାସ ଗାଁକୁ ଫେରିନି,ବାହା ବେଦୀ ହେଲା ମଶାଣୀ, ଛତା ଚିହ୍ନ ଜିନ୍ଦାବାଦ୍,ଅଜବ କାହାଣୀ,ବଳାତ୍କାର ,ଏମିତି ଏ ବନ୍ଧନ,ଅକୁହା କଥା ଭଳି  ନାଟକରେ ଜୀବନ୍ତ ଅଭିନୟ କରିଥିଲେ । ପ୍ରଥମେ ତାରାପୁର ଅପେରାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏହି କଳାକାର ଜଣଙ୍କ । ନାଟକରୁ  ଯାତ୍ରା ଅଭିନୟ ଆରମ୍ଭ କରି "ଠକି ଦେଲ ବନ୍ଦୁ ଠିକଣା ବେଳେ "ନାଟକରେ ଶେଷ ଅଭିନୟ କରିଥିଲେ । ଯାତ୍ରା ରେ 'ମାମା " ନା ରେ ବେଶ ଜଣାଶୁଣା ଥିଲେ ଦେବି ରଥ । ଯାତ୍ରା କଳାକାର ଓ ଦର୍ଶକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ