Advertisment

ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି

ଭୁବନେଶ୍ୱର : ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଫାସଫା କହିଛନ୍ତି ଯେ ଡିସେମ୍ବର ପହିଲାରୁ ଆଉ ନିସ୍ତାର ନାହିଁ। ଅର୍ଥାତ୍ ଆଉ ଟ୍ରାଫିକ୍ ନିୟମ କୋହଳ ହେବ ନାହିଁ। ତା’ସହିତ ପ୍ରତିଟି ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଜୋରିମାନା ଆଦାୟ କରାଯିବ। ତେବେ ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଆସିବାର ବେଶ୍ କେଇ ଘଣ୍ଟା ପରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ୧୫ ବର୍ଷରୁ ଅଧିକ […]

ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି

vehicle

Advertisment

ଭୁବନେଶ୍ୱର : ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଫାସଫା କହିଛନ୍ତି ଯେ ଡିସେମ୍ବର ପହିଲାରୁ ଆଉ ନିସ୍ତାର ନାହିଁ। ଅର୍ଥାତ୍ ଆଉ ଟ୍ରାଫିକ୍ ନିୟମ କୋହଳ ହେବ ନାହିଁ। ତା’ସହିତ ପ୍ରତିଟି ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଜୋରିମାନା ଆଦାୟ କରାଯିବ। ତେବେ ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଆସିବାର ବେଶ୍ କେଇ ଘଣ୍ଟା ପରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୁଡ଼ିକ ବନ୍ଦ ହେବନି। ଖୋଦ୍ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

Advertisment

ଏହି ସୂଚନା ଅନୁଯାୟୀ, ବର୍ତ୍ତମାନ ପାଇଁ ୧୫ ବର୍ଷରୁ ଅଧିକ ପୁରୁଣାଗାଡ଼ି ଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ କୌଣସି ନିୟମ କରାଯାଇ ନାହିଁ। ନନ୍‌ ଟ୍ରାନ୍ସପୋର୍ଟ ଗାଡ଼ିଗୁଡ଼ିକର ମାଲିକମାନେ ଆର୍‌ଟିଓ ଅଫିସ୍‌ରେ ସେମାନଙ୍କ ଗାଡ଼ିର ଆର୍‌ସି ରିନ୍ୟୁ କରିପାରିବେ। ସେହିପରି ଟ୍ରାନ୍ସପୋର୍ଟ ଗାଡ଼ିଗୁଡ଼ିକର ପଞ୍ଜିକରଣ ସେ ପର୍ଯ୍ୟନ୍ତ ବୈଧ ହେବ ଯେ ପର୍ଯ୍ୟନ୍ତ ସେଗୁଡ଼ିକର ଫିଟ୍‌ନେସ୍ ସାର୍ଟିଫିକେଟ୍ ବୈଧ ଥିବ। ଫିଟ୍‌ନେସ୍ ସାର୍ଟିଫିକେଟ୍‌କୁ ମଧ୍ୟ ରିନ୍ୟୁ କରାଯାଇପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ